26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପରୀ ହତ୍ୟା: ଏନସିପିସିଆରଙ୍କ ଜବାବ ତଲବ

ପରୀ ହତ୍ୟା: ଏନସିପିସିଆରଙ୍କ ଜବାବ ତଲବ

ନୟାଗଡ: ନୟାଗଡ ପରୀ ହତ୍ୟା ମାମଲାରେ ଏନସିପିସିଆରଙ୍କ ରିପୋର୍ଟ ତଲବ । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ । ନିଜ ତରଫରୁ ମାମଲା ରୁଜୁ କରି ଏନସିପିସିଆର ନୋଟିସ କରିଥିବା ସୂଚନା ମିଳିଛି । ତଦନ୍ତର ଅଗ୍ରଗତି ସହ କିଛି ଦସ୍ତାବିଜ ୧୦ ଦିନ ମଧ୍ୟରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତାର ବୟସ ପ୍ରମାଣପତ୍ର, ଏତଲା କପି, ପିଏମ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୁକ୍ତଙ୍କ ପ୍ରତି କି କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତମାନ ମାମଲାର ସ୍ଥିତି ଏବଂ ଅନ୍ୟାନ୍ୟ କାଗଜାତ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking