35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗରିୟା ଓ ସାମୁଏଲଙ୍କ ଘରେ ଚଢାଉ କଲା NCB

ରିୟା ଓ ସାମୁଏଲଙ୍କ ଘରେ ଚଢାଉ କଲା NCB

ମୁମ୍ବାଇ : ବହୁ ଚର୍ଚ୍ଚିତ ସୁଶାନ୍ତ ଡେଥ୍ ମିଷ୍ଟ୍ରି ଉପରୁ ହଟୁନି ପରଦା । ଆଜି ପୁଣି ଏକ ନୂଆ ଟର୍ଣ୍ଣ ଆସିଛି ସୁଶାନ୍ତ ମୃତ୍ୟୁ ମାମଲାରେ । ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଘରେ ରେଡ୍ କରିଛି NCB। ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ମୁମ୍ବାଇ ପୋଲିସ ଓ ଘଉଈ ମିଳିତ ଭାବେ ଚଢ଼ାଉ କରିଛି । ସୁଶାନ୍ତଙ୍କସହଯୋଗୀ ସାମୁଏଲ୍ ମିରାଣ୍ଡାଙ୍କ ଘରେ ବି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ଏନସିବିର ଦୁଇଟି ଟିମ ରିଆଙ୍କ ଜୁହୁ ତାରା ରୋଡ ସ୍ଥିତ ଘରେ ଓ ମିରାଣ୍ଡାଙ୍କ ମୁମ୍ବାଇସ୍ଥିତ ଘରେ ଚଢଉ କରିଛି । ଏହି ଚଢଉ ସଂପର୍କରେ ଏନସିବିର ଜଣେ ଅଧିକାରୀ କହିଛନ୍ତି ଯେ ଏନଡିପିଏସ ଆଇନ ଅନୁସାରେ ଏହି ଚଢଉ କରାଯାଇଛି । । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) (ନିଶା କାରବାର ନିୟନ୍ତ୍ରଣ ବ୍ୟୁରୋ) ପକ୍ଷରୁ ଆଜି ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନସିବିର ମୁମ୍ବାଇ ଅଫିସକୁ ଆଣି ପଚରାଉଚୁରା କରାଯାଉଛି । ଏହାସହିତ ଏନସିବି ଟିମ ରିଆଙ୍କ ପୁରୁଣା ସ୍ମାର୍ଟଫୋନ ଓ ସୌଭିକଙ୍କ ଲାପଟପକୁ ଜବତ କରିଛି ।
ତେବେ ପୂର୍ବରୁ ରିୟା ଓ ତାଙ୍କ ଭାଇ ସୌଭିକ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା କଥାବାର୍ତ୍ତା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏନସିବି । ପୂର୍ବରୁ ଏହି ମାମଲାରେ ଦୁଇଜଣ ଜଣ ନିଶା ବେପାରୀଙ୍କୁ ଗିରଫ କରିଥିଲା ଏନସିବି ।ଗିରଫ ନିଶା ବେପାରୀ ଜେରା ବେଳେ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ନାମ ନେଇଥିଲେ । ଜାତୀୟ ଗଣମାଧ୍ୟମରେ ଡ୍ରଗ୍ସକୁ ନେଇ ସୌଭିକ ଓ ରିୟାଙ୍କ ମଧ୍ୟରେ ହୋଇଥିବା ଚାଟର ଖୁଲାସା କରାଯାଇଥିଲା । ଯେଉଁଥିରେ ରିୟା ନିଜ ଭାଇ ସୌଭିକଙ୍କୁ ଡ୍ରଗ୍ସ ମାଗିଥିବା ଦେଖିବାକୁ ମିଳିଛି । ସୌଭିକ ବହୁ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ପ୍ରମାଣ ଏନସିବି ହାତରେ ଲାଗିବା ପରେ ରିୟାଙ୍କ ଘରେ ଅପରେସନ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking