32.8 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗନୟାଗଡ଼ ପୋଷ୍ଟାଲ ଡିଭିଜନ ସ୍ଥାପନା ପ୍ରସ୍ତୁତି ବୈଠକ

ନୟାଗଡ଼ ପୋଷ୍ଟାଲ ଡିଭିଜନ ସ୍ଥାପନା ପ୍ରସ୍ତୁତି ବୈଠକ

ନୟାଗଡ: ନୟାଗଡ ପୋଷ୍ଟାଲ ଡିଭିଜନ ଖୋଲିବା ନିଷ୍ପତି, ନୟାଗଡ ବାସୀ ଙ୍କର ନୈତିକ ବିଜୟ,ପୁରୀ ଡିଭିଜନ ରୁ ଅଲଗା ହୋଇ ସ୍ୱତନ୍ତ୍ର ଭାବେ ନୟାଗଡରେ ପୋଷ୍ଟାଲ ଡିଭିଜନ କାର୍ଯ୍ୟକାରୀ ହେବାପାଇଁ ନୟାଗଡରେ ମୁଣ୍ଡ ଟେକି ଥିବା ଗଣ ଦାବୀ ଓ କ୍ରିୟା ଅନୁଷ୍ଠାନ କମିଟି ର ଧାରାବାହିକ ଉଦ୍ୟମ ଫଳରେ, ଏଥି ନିମନ୍ତେ ସରକାର ଙ୍କ ର ଅନୁକୂଳ ମନୋଭାବ ଏ ବଉଁ ଡିଭିଜନ ଖୋଲିବା ନିଷ୍ପତି ନୟାଗଡ ବାସୀଙ୍କର ନୈତିକ ବିଜୟ ଘଟାଇ ଛି ବୋଲି କମିଟିର ସାଧାରଣ ବୈଠକ ରେ ଆନନ୍ଦ ପ୍ରକାଶ କରାଯାଇଛି ।  ତା -୧୦/୯/୨୦୨୦ରିଖ ରେ ରୋଟାରୀ ଭବନ, ନୟାଗଡ ଠାରେ ଅନଷ୍ଠିତ ଏହି ବୈଠକ ରେ ଅଧକ୍ଷତା କରି ଆବାହକ ପ୍ରମୋଦ ପଟ୍ଟନାୟକ କିଭଳି ଭାବେ ଏହି କାର୍ଯ୍ୟକ୍ରମ ରେ ଜନମତ ନିର୍ବିଶେଷରେ ଜିଲ୍ଲାର ସମ୍ପୃକ୍ତ ସମସ୍ତ ବିଧାୟକ, ସାଂସଦ, ବିଭାଗିୟ ମନ୍ତ୍ରୀ, ଓ ବିଭାଗିୟ ପଦାଧିକାରୀ ସହାୟତା ର ହାତ ବଢ଼େଇ ଥିବାରୁ ଏହା ସମ୍ଭବପର ହୋଇ ପାରିଲା। ତାହା ବ୍ୟକ୍ତ କରିବା ସହିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବାପାଇଁ ଉଦ୍ୟକ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ବିଭାଗିୟ ପଦାଧିକାରୀ ମାନଙ୍କୁ ଭେଟି କାମକୁ ଆଗେଇ ନବା ପାଇଁ ସ୍ଥିର ହୋଇ ଥିଲା । ଅନ୍ୟତମ ଉଦ୍ୟୋକ୍ତ ରଂଜିତ ଦାସ, ବିଶ୍ୱନାଥ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ନିର୍ମଳ ସୁରଦେଓ, କୃପାସିନ୍ଧୁ ପଣ୍ଡା, ଗୋକୁଳ ସଡ଼ଙ୍ଗୀ, ଓ ଶ୍ରୀକାନ୍ତ ପଟ୍ଟନାୟକ, ପ୍ରମୁଖ ଆଲୋଚନା ରେ ଭାଗ ନେଇ ପ୍ରାକ୍ତନ ଉଦ୍ୟୋକ୍ତ ଦିଵଙ୍ଗତ ରଘୁନାଥ ଦାଶ, ଏ ସ. ଏମ ଶୋଲେ ମାନଙ୍କ ସ୍ମୁତି ଚାରଣ କରିଥିଲେ ଏବଂ ନୟାଗଡ ର ବିକାଶ ପାଇଁ ଏହି ଭଳି ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking