34.1 C
Bhubaneswar
Friday, March 29, 2024
Homeଓଡିଶାବଣିକ ସଙ୍ଘ କୀର୍ତନ ମଣ୍ଡଳୀ ଦ୍ୱାରା ପ୍ରଭାତ ଫେରି ଅନୁଷ୍ଠିତ

ବଣିକ ସଙ୍ଘ କୀର୍ତନ ମଣ୍ଡଳୀ ଦ୍ୱାରା ପ୍ରଭାତ ଫେରି ଅନୁଷ୍ଠିତ

ନୟାଗଡ : ନୟାଗଡ ବଣିକ ସଙ୍ଘ କୀର୍ତନ ମଣ୍ଡଳୀ ଦ୍ୱାରା ପ୍ରଭାତ ଫେରି ଅନୁଷ୍ଠିତ । ପାରମ୍ପରିକ ରୀତିନୀତି ଅନୁଯାୟୀ ଏ ପବିତ୍ର କାର୍ତିକ ମାସରେ କୀର୍ତନ କରି ସବୁବର୍ଷ ଧୂମଧାମରେ ପାଳନ କରୁଥିବା ବେଳେ ଏ ବର୍ଷ କାର୍ତିକ ମାସ ପାଳନ କରିବା ଫିକା ପଡିଛି । କୀର୍ତନ ବ୍ରତଧାରୀଙ୍କ ମଧ୍ୟରେ ଏ ପଟେ କରୋନା ମହାମାରୀ ଯୋଗୁଁ ସବୁ ଧାର୍ମିକ ଅନୁଷ୍ଠାନ, ମନ୍ଦିର ବନ୍ଦ ଥିବାବେଳେ ଭକ୍ତ ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖା ଦେଇଥିଲେ ମଧ୍ୟ ଶାନ୍ତିପୂର୍ଣ ଭାବରେ ଏ ପବିତ୍ର ମାସ ଭଜନ କୀର୍ତନ ସହ ଭାଗବାନଙ୍କ ନାମ ନେଇ ପୁରୁଣା ପରମ୍ପରାକୁ ବଜାଇ ରଖିଵେ ବୋଲି ମତ ରଖିଛନ୍ତି । ଏପଟେ ପ୍ରାୟ 60ବର୍ଷ ହେବ ଏ ପରମ୍ପରା ଚାଲି ଆସୁଛି। ଯେପରି କରୋନା ତା’ର କାୟା ବିସ୍ତାର କରିଛି ତାକୁ ପ୍ରତିହତ କରିବାପାଇଁ ଦୂରତା ରକ୍ଷା କରି ଶାନ୍ତିପୂର୍ଣ ଭାବରେ ମାକ୍ସ ପରିଧାନ କରି ଏ ପବିତ୍ର ମାସରେ ପ୍ରାୟ 20ଖଣ୍ଡ ଗାଁ ମୌଜାର ଭକ୍ତ ମେଳ ହୋଇ ସମାଜ ମଙ୍ଗଳ ପାଇଁ ଖୋଳ କୀର୍ତନ କରିଶାନ୍ତି ଲାଭ କରୁଛନ୍ତି । ଏପଟେ ପ୍ରାଥନା କରିଛନ୍ତି କିପରି କରୋନା ପ୍ରତିହତ ହେଉ, ପୁରୁଣା ବର୍ଷର ସୁଖ ଶାନ୍ତି ଫେରି ଆସୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking