ବିଜୁଜନତା ଦଳର ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ୫୪ ୟୁନିଟ୍ ରକ୍ତ ସଂଗ୍ରହ

ନୟାଗଡ଼ : ରାଜ୍ୟରେ ରକ୍ତର ଅଭାବ ଦୂର କରିବା ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଏହି ମହାମାରୀ କନୋରା ସମୟରେ ସାମାଜିକ ଦୂରତା ବଜାୟ ରଖି ବିଜୁଜନତା ଦଳର ଜିଲ୍ଲା ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବେ ଜୀବନ ବିନ୍ଦୁ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ଗଣିଆ ବ୍ଲକ ଅନ୍ତର୍ଗତ କରଡ଼ାପଡ଼ା ଓ ଆଡକଟା ଗ୍ରାମପଞ୍ଚାୟତ ମିଳିତ ସହଯୋଗରେ ଆଡକଟା ସ୍ଥିତ ବନମାଳୀ ବାରିକି ମହାବିଦ୍ୟାଳୟ ପରିସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ଆଜି ସମୁଦାୟ ୫୪ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ଦୁଇ ପଂଚାୟତର ବିଜୁଜନତା ଦଳର କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ ।

ଉକ୍ତ ଶିବିରରେ ଦୃଷ୍ଟି ଆକର୍ଷଣ ସାଜିଥିଲେ ସାଧୁଚରଣ ମହାଳିକ । ସେ ବର୍ତ୍ତମାନ ସୁଦ୍ଧା ସେ ୧୬୨ ଜଣଙ୍କୁ ରକ୍ତଦାନ କରି ସାରା ଓଡ଼ିଶାରେ ସମସ୍ତଙ୍କ ପାଇଁ ଏକ ନିଆରା ମଣିଷ ପାଲଟିଥିବା ବେଳେ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଛନ୍ତି।ସେ ୨୦୫ ଜଣଙ୍କର ଶବ ସତ୍କାର କରିଛନ୍ତି ।ସେ ନିଜର ଆଖି ଓ ଅଂଗଦାନ କରିବେ ବୋଲି କହିଛନ୍ତି। ଉକ୍ତ ରକ୍ତଦାନ ଶିବିରରେ ସଂମ୍ମାନୀତ ଅତିଥି ଭାବରେ ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବସ୍ୱାଇଁ ,କନ୍ଧମାଳସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର , ଜିଲ୍ଲାପରିସଦ ସଭ୍ୟ ମହେଶ୍ୱର ମହାରଣା ,ବନମାଳୀ ବାରିକି ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପଣ୍ଡା ,ଆଡ଼କଟା ସରପଞ୍ଚ ବୀରକିଶୋର ଜେନା ,କରଡ଼ା ପଡ଼ା ସରପଞ୍ଚ ବେଣୁଧର ଦାଶ ,ଆଡ଼କଟା ସମିତି ସଭ୍ୟ ଚନ୍ଦ୍ର ଶେଖର ସହୂ ,କରଡ଼ାପଡ଼ା ସମିତିସଭ୍ୟ ନରେଶ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଦୁଇ ପଂଚାୟତର ବହୁ ବିଜୁ ଜନତା ଦଳର କର୍ମୀ ଓ ଶିକ୍ଷାବିତ ବାମନ ଚରଣ ବରୀକି ଉପସ୍ଥିତ ରହି ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here