27.1 C
Bhubaneswar
Thursday, April 25, 2024
Homeଓଡିଶାପେନସନ ବିନା ଦୁଃଖ ଦୁର୍ଦଶାରେ ଜୀବନ ବିତାଉଛନ୍ତି ଅବସରପ୍ରାପ୍ତ ସୈନିକ

ପେନସନ ବିନା ଦୁଃଖ ଦୁର୍ଦଶାରେ ଜୀବନ ବିତାଉଛନ୍ତି ଅବସରପ୍ରାପ୍ତ ସୈନିକ

ନୟାଗଡ : ଅବସରପ୍ରାପ୍ତ ସୈନିକଙ୍କୁ ମିଳୁନି ପେନସନ, ଦୁର୍ଦଶାରେ କାଟୁଛନ୍ତି ଜୀବନ । ଦୁଃଖରେ ଇଚ୍ଛା ମୃତ୍ୟୁ ପାଇଁ ସରକାରଙ୍କୁ କରୁଛନ୍ତି ନିବେଦନ । ଦେଶ ମାତୃତ୍ୱର ସେବାକରିବା ପାଇଁ ଶପଥ ଗ୍ରହଣ କରି ସୈନିକ ଟିଏ ନିଜ ଜୀବନକୁ ଦେଶ ପାଇଁ ବାଜିଲଗାଇ ଥାଏ । ଦେଶକୁ ରକ୍ଷା କରି ଆମକୁ ସମ୍ମାନ ସହ ବଞ୍ଚିବାକୁ ଦେଉଛନ୍ତି । ଯେଉଁ ଜୟ ଯବାନ ଜୟ କିଷାନ କହି ଆମ ଦେଶ ଗର୍ବିତ ସେହି ସୈନିକ ଟିଏ ଅବସର ପରେ ପେନସନ ପାଇଁ ବହୁ ହଇରାଣ ହରକତ ହେଉଛନ୍ତି । ଏଠାରେ ଜଣେ ସେନା କର୍ମଚାରୀ 4 ମାସ ହେଲା ପେନସନ ନପାଇ ଦୁଃଖ କଷ୍ଟରେ କାଳାତୀପାତ କରୁଛନ୍ତି । ଦେଶର ଏହି ଅବସର ପ୍ରାପ୍ତ ସୈନିକ ଜଣକ ହେଲେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ଚାନ୍ଦପୁର ମଧୁବନ ସାହିର 76ବର୍ଷୀୟ ଶ୍ୟାମସୁନ୍ଦର ନାୟକ । ଶ୍ରୀ ନାୟକ 1964 ମସିହା ନଭେମ୍ବର 22 ତାରିଖରେ ଏୟାର ଫୋର୍ସରେ ଭର୍ତ୍ତି ହୋଇ ଦେଶ ସେବା ଆରମ୍ଭ କରିଥିଲେ । ପରେ 1973 ମସିହା ନଭେମ୍ବର 27 ତାରିଖରେ ଏୟାର ଫୋର୍ସରୁ ଅବସର ନେଇ ରାଜ୍ୟ ସୈନିକ ବୋର୍ଡ ଭୁବନେଶ୍ୱରରେ ଯୋଗ ଦେଇ କଟକ ଜିଲ୍ଲା ସୈନିକ ବୋର୍ଡରେ ଦୀର୍ଘ 16 ବର୍ଷ କାର୍ଯ୍ୟ କରିବା ସହ ସେଠାରୁ ସେ ବ୍ରହ୍ମପୁରରୁ ଅବସର ନେଇ ଘରକୁ ଆସିଥିଲେ । ଅବସର ପରେ ତାଙ୍କୁ ପ୍ରୋଭିସିନାଲ ପେନସନ ବାବଦକୁ କିଛି ଟଙ୍କା ମିଳିଥିଲା । ବହୁ ବାର ଅଫିସକୁ ଦୌଡ଼ିବା ପରେ ବି ତାଙ୍କର ଏପର୍ଯ୍ୟନ୍ତ ମୁଖ୍ୟ ପେନସନ ମିଳିପାରିନାହିଁ । ପ୍ରୋଭିସନାଲ ପେନସନରେ ଶ୍ୟାମସୁନ୍ଦର ଓ ତାଙ୍କ ପତ୍ନୀ ବହୁ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । କରୋନା ମହାମାରୀ ସମୟରେ ସରକାର କୌଣସି ବ୍ୟକ୍ତିଙ୍କର ପେନସନ ଟଙ୍କା ଅଟକିବ ନାହିଁ ବୋଲି କହିଥିବା ବେଳେ କିନ୍ତୁ ଶ୍ୟାମ ସୁନ୍ଦର ଗତ 4ମାସ ହେବ ପେନସନ ନପାଇ ଦିନେ ଖାଇଲେ ଆଉ ଦିନେ ଉପାସରେ ରହୁଛନ୍ତି । ସରକାର ଏଭଳି କର୍ମଚାରୀଙ୍କୁ ଶେଷ ସମୟରେ ହଇରାଣ ହରକତ କରନ୍ତୁ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଚି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking