26.1 C
Bhubaneswar
Friday, March 29, 2024
Homeଓଡିଶାକେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସବୁ ବାଟବଣା, ପାଣି ଘେରରେ କୋରଡ଼ା ଗ୍ରାମବାସୀ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସବୁ ବାଟବଣା, ପାଣି ଘେରରେ କୋରଡ଼ା ଗ୍ରାମବାସୀ

ନୟାଗଡ : କେନ୍ଦ୍ର ଓ ରାଜ୍ୟ ସରକାର ଗାଁ କଲ୍ୟାଣ ଯୋଜନା ଠାରୁ ଆରମ୍ଭ କରି ଗ୍ରାମ ବିକାଶ ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିନ୍ତୁ ଏହି ସବୁ ଯୋଜନା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ କୋରଡ଼ା ଗ୍ରାମପଞ୍ଚାୟତ ରେ ବାଟବଣା ହେଉଥିବା ଦେଖିବାକୁ ମିଳିଛି | ସୂଚନା ଥାଉକି, କୋରଡ଼ା ଗ୍ରାମପଞ୍ଚାୟତର କୋରଡ଼ା ଗ୍ରାମର ଗୁଣ୍ଡିଚା ସାହି ରେ ଗୋଟିଏ ଡ୍ରେନ ନିର୍ମାଣ ହୋଇଥିଲା କିନ୍ତୁ ଡ୍ରେନ ରେ ମାଟି ପୋତି ହୋଇ ଟିକେ ବର୍ଷା ହେଲେ ପାଣି ଘେର ରେ ସମସ୍ତ ଘର ସହ ଜନସାଧାରଣ ବନ୍ଦୀ ହୋଇ ରହିଥିବା ଦେଖିବାକୁ ମିଳିଥିଲା | ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ଗାଁ କଲ୍ୟାଣ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ର ଲୋକ ମାନେ କିଭଳି ସ୍ୱଚ୍ଛତା ରହିବେ ସ୍ୱଚ୍ଛ ପରିବେଶ ଏବଂ ସ୍ୱଚ୍ଛ ଗ୍ରାମପଞ୍ଚାୟତ ଗଠନ ହେବ ତାହା ଉପରେ ମାଳ ମାଳ ଯୋଜନା ମାନ ତିଆରି କରିଛନ୍ତି କିନ୍ତୁ ଏ ସବୁ ଯୋଜନା ମାନ ନୂଆଗାଁ ବ୍ଲକ ରେ କାର୍ଯ୍ୟକାରୀ ହେଉନଥିବା ଦେଖିବାକୁ ମିଳୁଛି | ଗ୍ରାମବାସୀଙ୍କ କହିବା କଥା ଆମେ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ସରପଞ୍ଚଙ୍କୁ ଅଭିଯୋଗ କଲେ ମଧ୍ୟ କଣ ପାଇଁ ଚୁପ ରହିଛନ୍ତି ତାହା ଉପରେ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା |

ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରି କରିଥିଲୁ. ସରପଞ୍ଚ ଙ୍କ କହିବା କଥା କି କୋରଡ଼ା ଗୁଣ୍ଡିଚା ସାହି କୁ ଡ୍ରେନ କାମ ପାଇଁ ୧ ଲକ୍ଷ ଟଙ୍କା ଅନୁଦାନ ଆସିଛି କିନ୍ତୁ କିଛି ଖଳପକୃତି ର ଲୋକ ମାନଙ୍କ ପାଇଁ କାମ ବନ୍ଦ ହୋଇ ରହିଛି. ସେମାନେ ଦାଦା ବଟି ମାଗୁଛନ୍ତି ପଇସା ଦେଲେ କାମ କରିବ ପଞ୍ଚାୟତ ଅନୁଦାନ ନଦେଲେ କାମ ହେବନି | ଏ ବିଷୟରେ ଆମେ କୋରଡ଼ା ଗ୍ରାମର କେତେକ ବୁଦ୍ଧିଜିବି ସହ ଆଲୋଚନା କଲୁ ସେ ମାନଙ୍କର କହିବା କଥା କିଛି କୁଜିନେତା ଙ୍କର ଦବଙ୍ଗଗିରି କୋରଡ଼ା ଗ୍ରାମପଞ୍ଚାୟତ ରେ ଦେଖିବାକୁ ମିଳୁଛି | ସେମାନେ ପ୍ରଶାସନ ର ପାଖ ଲୋକ କହି ନିଜର କାୟାବିସ୍ତାର କରିବାରେ ଲାଗିଛନ୍ତି | କିଭଳି ଭାବରେ ଡ୍ରେନ କାମ ତିଆରି ହେବା ସହ କାମ ସମ୍ପୂର୍ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ? | ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ସହ ଦବଙ୍ଗଗିରି ଚଳାଇ ନିଜର କାୟାବିସ୍ତାର କରି ଲାଞ୍ଚ ମାଗୁଥିବା କୁଜିନେତା ଙ୍କ ଉପରେ ଯଦି ଆଇନି ଅନୁଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଆନ୍ତା ତେବେ ଆମ ଅଞ୍ଚଳର ବିକାଶ ହୋଇପାରନ୍ତା ବୋଲି ଅନେକ ବୁଦ୍ଧିଜିବି ଦାବି କରିଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking