38.8 C
Bhubaneswar
Friday, April 19, 2024
Homeଓଡିଶାଦଣ୍ଡୁଆଙ୍କ ଶବକୁ ବଞ୍ଚଇବା ପୂଜାର୍ଚ୍ଚନା

ଦଣ୍ଡୁଆଙ୍କ ଶବକୁ ବଞ୍ଚଇବା ପୂଜାର୍ଚ୍ଚନା

ନୟାଗଡ : ଶରଣ କୁଳ ଥାନା ଅଧୀନ ବରସାହି ଗ୍ରାମରେ ଅଭାବନିୟ ଘଟଣା ଘଟିଛି । ଜଣେ ଦଣ୍ଡୁଆଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ବଞ୍ଚାଇବା ପାଇଁ ପୂଜା ଅର୍ଚନା କରାଯାଇଛି । ଗାଁ ରେ ଦଣ୍ଡ ଯାତ୍ରା ଭଳି ନିଷ୍ଠା ପର୍ବରେ ଏହି ଘଟଣା ଦେଖିବାକୁ ମିଳିଛି । କରୋନା କଟକଣାକୁ ନେଇ ଅଳ୍ପସଂଖ୍ୟକ ଦଣ୍ଡୁଆଙ୍କୁ ନେଇ ପାଣି ତୋଳା ହୋଇଥିଲା । ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ରବି ନାହାକ (45)ନାମକ ଦଣ୍ଡୁଆ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଚିକିତ୍ସା ପରେ ଗ୍ରାମବାସୀ ପ୍ରଥମେ ଶରଣକୁଳ ଓ ପରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ରବିଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଶରଣ କୁଳ ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରିଛି । ଶବକୁ କିନ୍ତୁ ବ୍ୟବଛେଦ ନକରି ପରିବାର ଓ ଗ୍ରାମବାସୀ ଡାକ୍ତରଙ୍କୁ ଅବିଶ୍ୱାସ କରି ରବିଙ୍କୁ ବଞ୍ଚାଇବା ପାଇଁ ଗାଁରେ ପୂଜାର୍ଚନା କରିଛନ୍ତି । ଗ୍ରାମବାସୀ ନନ୍ଦିଘର ମଙ୍ଗଳା କୋଠିରୁ ଜଳ ଆଣି ଶବକୁ ଗାଧୋଇ ବା ସହ ମନ୍ତ୍ର ତନ୍ତ୍ର ଚାଲୁ ରଖିଛନ୍ତି । ଜଣେ ଗୁଣିଆକୁ ଡାକି ପୂଜା କରିବାକୁ ମଧ୍ୟ ପଛlଇ ନାହାନ୍ତି । ଶରଣକୁଳ ଥାନା ଏସ ଆଇ ନାରାୟଣ ଅମାତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking