34.1 C
Bhubaneswar
Thursday, April 25, 2024
HomeUncategorizedଵୃକ୍ଷ ରୋପଣ ଓ କୋଭିଡ୍  ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା 

ଵୃକ୍ଷ ରୋପଣ ଓ କୋଭିଡ୍  ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧନା 

ନୟାଗଡ :  ମାନଵବାଦୀ ଶିକ୍ଷକ ନେତା ତଥା ସଂସ୍କୃତିପ୍ରେମୀ ସ୍ବର୍ଗତ ଗୋପୀନାଥ ଜେନାଙ୍କ ପ୍ରଥମ ଶ୍ରାଦ୍ଧ ଵାର୍ଷିକ ଓ ଵିଶ୍ଵ ବନ୍ଧୁତ୍ୱ ଦିବସ ପାଳନ ଅବସରରେ ମା’ ଫାଉଣ୍ଡେସନ୍ ଓ ଗୋପୀ ସାରଙ୍କ ପରିଵାର ତରଫରୁ ସ୍ଥାନୀୟ ସିଦ୍ଧେଶ୍ଵରୀ କଲ୍ୟାଣ ମଣ୍ଡପ  ଠାରେ  ପରିବେଶ ସୁସ୍ଥ  ରହିଲେ ଆମେ ସୁସ୍ଥ ରହିବା, ଗଛ ବଞ୍ଚିଲେ ଆମେ ବଞ୍ଚିବା ଏହିପରି  ସମାଜକୁ ସୁନ୍ଦର ଵାର୍ତ୍ତା ଦେଇ ଗୋପୀ ସାରଙ୍କ ସ୍ମୃତି ଉଦ୍ଦେଶ୍ୟରେ 15ଟି ସାଂକେତିକ ବଉଳ ଓ କଦମ୍ଵଗଛ ପରିବାର ସଦସ୍ୟ ସମେତ ,ବହୁ ଵୁଦ୍ଧିଜିବୀ ଓ ସମାଜସେବୀ ସାମାଜିକ ଦୂରତା ଓ ମାକ୍ସ ପିନ୍ଧି  ଚାରାରୋପଣ  କରିଥିଲେ । ସାଂପ୍ରତିକ କୋଭିଡ୍ 19 ମହାମାରୀ ସହ ଲଢେଇକରି ନୟାଗଡ଼ ପୈ।ର ପରିଷଦରେ ନିଜ ଜୀବନକୁ  ବାଜି ଲଗାଇ, ଆମ ଜୀବନକୁ ରକ୍ଷା କରୁଥିବା ଯୋଦ୍ଧାମାନଙ୍କୁ ଭୂମିଷ୍ଠ ପ୍ରଣାମ ଜଣାଇବା  ସହ “ଗୋପୀନାଥ ସ୍ମୃତି ସମ୍ମାନ ” ତରଫରୁ  ଵରିଷ୍ଠ ସମାଜସେଵୀ ଶ୍ରଦ୍ଧେୟ ଶ୍ରୀ ଦାମୋଦର ସାହୁ, ନୟାଗଡ ରେଡ କ୍ରସ୍ ଫୋରମ୍ ର ଫ୍ରଣ୍ଟଲାଇନ୍ ଭଲିଣ୍ଟିୟର ପ୍ରତାପ କୁମାର ରଣସିଂଙ୍ଗ୍(ଟୁଲିଆ ଭାଇ), ଜ୍ୟୋତି ରଂଜନ ସାହୁ, ସୁଧାଂଶୁ ରଂଜନ ଦାସ ( ଵୁଵୁ)  ଏବଂ ଏବଂ ନୟାଗଡ଼ ରେଡ୍ କ୍ରସ୍ ଫୋରମ୍ ର ମୁଖ୍ୟ ଉପଦେଷ୍ଟା ଵିଭୂତି ଭୁଷଣ ପଟ୍ଟନାୟକ (ଚିକି) ଙ୍କୁ “କୋଭିଡ୍ ଯୋଦ୍ଧା  ସମ୍ମନ”ରେ ସମ୍ମାନିତ କରାଯାଇଥିଲା।
   ଉକ୍ତ କାର୍ଯ୍ୟକ୍ରମକୁ ମା’ ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନା ଓ ସଭାପତି ତଥା ଲକ୍ଷ୍ମୀ ପ୍ରସାଦ  ଗ୍ରା. ପ ର ସରପଞ୍ଚ ସୌମ୍ୟ ରଂଜନ ପ୍ରଧାନ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା
ୱାର୍ଡ଼ ନଂ -12 ର ପୂର୍ବତନ କାଉନସିଲର ଜାନକୀ ଵଲ୍ଲଵ ଜେନା, ଅବସରପ୍ରାପ୍ତ  ଶିକ୍ଷକ ବସନ୍ତ କୁମାର ମିଶ୍ର, ଅମିୟ ରଂଜନ ଜେନା, ଆର୍ଟ ପଏଣ୍ଟ ର ସଂପାଦକ ବିଜୟାନଂନ୍ଦ ମହାପାତ୍ର, ପ୍ରତାପ ଚନ୍ଦ୍ର ଷଢଙ୍ଗୀ ,ଅଲେଖ ଭାଇ, ରଵି ଖୁଣ୍ଟିଆ  ଉପସ୍ଥିତ ରହି ପ୍ରତ୍ୟକ ଗୋଟିଏ ଲେଖାଏଁ ଚାରାରୋପଣ କରିବା ସହ “ଵୃକ୍ଷ ହିଁ ପରମ ବନ୍ଧୁ ” ଆଉ ଵୃକ୍ଷ ର ସୁରକ୍ଷାପାଇଁ ଆଜିର ଦିବସରେ ଆମେ ସଂକଳ୍ପବଦ୍ଧ ହେଇଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking