ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଗଦାଧର ପ୍ରଧାନ

ନୟାଗଡ଼ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ ରାହିପଡ଼ା ଗ୍ରାମ ପଞ୍ଚାୟତ ଆଦିବାସୀ ସାହିର ଗଦାଧର ପ୍ରଧାନ (ବୟସ ୪୫ ) ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ସହିତ ଦୀନ ମଜୁରୀୟା ହୋଇଥିବାବେଳେ ପ୍ରତ୍ୟେକ ଦିନ ମଜୁରୀ ଲାଗି ପରିବାରର ତିନି ପ୍ରାଣୀ କୁଟୁମ୍ବକୁ ନେଇ ଦୈନଦିନ ଗୁଜୁରାଣ ବିତାଉଥିଲେ ହେଲେ ବର୍ତମାନର ସମୟରେ ସେହି ବ୍ୟକ୍ତି ଜଣଙ୍କ ରୋଗଗ୍ରସ୍ତ ପାଇଁ ତାର ପରିବାର ଚଳାଇବାରେ ଅକ୍ଷମ । ନା ତା ନିଜ ପାଇଁ ଔଷଧ ଟିକେ ଯୋଗାଡି ବାର ସକ୍ଷମ ଅଛି ନା ତାର ୪ବର୍ଷ ର ଶିଶୁଟି ପାଇଁ ପେଟରେ ଟିକେ ଦାନା ଦେବାକୁ ତା ପକ୍ଷେ ବର୍ତମାନର ଅବସ୍ଥା ବଡ଼ ଶୋଚନୀୟ ହୋଇପଡିଛି। ଆଜିର ଦିନରେ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପକାଘର୍ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏବେ ଗଦାଧର ପ୍ରଧାନଙ୍କ ପାଇଁ ସାତ ସପନ ପାଲଟିଛି । ତାର ଭଙ୍ଗା ଦଦରା ଘର ଟିକୁ ଦେଖିଲେ ଜଣାପଡୁଛି ସେ ସମସ୍ତ ସରକାରୀ ଯୋଜନା ଓ ସହାୟତା ବଞ୍ଚିତ ବୋଲି। ତାର ବର୍ତ୍ତମାନର ବାସଗୃହ ଟି ତାଟି ମାଟି ତିଆରି ଘର ଉପରେ ଚିରା ପଲିଥିନ୍ ଖଣ୍ଡିଏ ପଡ଼ିଛି ଏ ଭଙ୍ଗାଘର୍ ତିରେ ଦିନରେ ସୂର୍ଯ୍ୟାଲୋକ ଓ ରାତ୍ରୀ ରେ ଚନ୍ଦ୍ରାଲୋକ ରେ ଜୀବନ ବିତାଉ ଅଛି ।ସାମାନ୍ୟତମ ବର୍ଷା ରେ ସେ ମୁଣ୍ଡଗୁଞ୍ଜିବାକୁ ବାରଦୁଅର୍ ସୁଣ୍ଢି ପିଣ୍ଡା ହେଉଚି ଘର ଖଣ୍ଡିଏ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଆବେଦନ କରିଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ଭାରତୀୟ ଜନତା ପାର୍ଟି ତରଫରୁ ତାପସ ରଞ୍ଜନ ମାର୍ଥା ,ପଦ୍ମ ପାଇକରାୟ ଓ ଜଗବନ୍ଧୁ ଜେନା ପ୍ରଶାସନ ନିକଟରେ ଦାବି ରଖିଛନ୍ତି

LEAVE A REPLY

Please enter your comment!
Please enter your name here