କୋଟଗଡ଼ ଗୁମ୍ଫାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା କେବେ ମିଳିବ ?

ନୟାଗଡ଼ : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ସ୍ଥାନଟି । ସକାଳୁ ସଞ୍ଜ ଯାଏ ଲୋକଙ୍କ ଗହଳି ଲାଗିଥାଏ । କିଏ ବୁଲିବାକୁ ଆସେ ତ ଆଉ କିଏ ନିକାଞ୍ଚନରେ ଭୋଜି କରିବାକୁ ଆସିଥାନ୍ତି ତ ପୁଣି କିଏ ସଭା ସମିତିରେ ବ୍ୟସ୍ତ ଥାଏ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ନିକଟସ୍ତ କୋଟଗଡ଼ ବାଘ ଗୁମ୍ଫା ବା ଅନନ୍ତ ଗୁମ୍ଫା । ଏହା ମଧ୍ୟ ସିଦ୍ଧେଶ୍ବରୀ ପୀଠ ନାମରେ ପରିଚିତ । କୌଣସି ପର୍ଯ୍ୟଟନସ୍ଥଳୀ ଠାରୁ ଏହା କମ ନୁହେଁ । ସବୁବେଳେ ଏଠାରେ ଜନଗହଳି ଲାଗିରହିଥାଏ । ଦାନ. ଅନୁଦାନରୁ ମିଳୁଥିବା ଟଙ୍କାରେ ଏ ସବୁ ଘର ଓ ମନ୍ଦିର ନିର୍ମାଣ ହେଇଛି । ଏହି ସ୍ଥାନର ମହାତ୍ମା ଅନେକ ଭକ୍ତକବି ଭକ୍ତ ଚରଣ ଦାସଙ୍କର ଏହା ଥିଲା ସାଧନା ପୀଠ । ଅନେକ ସାଧୁସନ୍ଥଙ୍କର ଏହା ମଧ୍ୟ ସାଧନା ସ୍ଥଳ । ମାଳିକାରେ କୋଟଗଡ଼ ବାଘ ଗୁମ୍ଫା ସମ୍ପର୍କରେ ବର୍ଣ୍ଣନା ଥିବା ବୁଦ୍ଧିଜୀବୀ କୁହନ୍ତି । ଏହି ଗୁମ୍ଫା ଭିତରେ ବାବା ଗୋସ୍ୱାମୀ ପୂଜା ପାଉଛନ୍ତି । ଏଠାରେ ମାନସିକ ରଖୁ ଥିବା ଲୋକଙ୍କ ମାନସିକ ପୂର୍ଣ୍ଣ ହେଉଥିବା କିଛି ଭକ୍ତ କୁହନ୍ତି । ଗୁମ୍ଫାକୁ ଲାଗି ଏକ ବନ୍ଧ ରହିଛି । ଯାହା ଏଠାକାର ପ୍ରକୃତିକ ପରିବେଶକୁ ରୁଦ୍ଧିମନ୍ତ କରୁଛି । ହନୁମାଙ୍କଡ଼ ଏଠାରେ ଦେଖିବାକୁ ପାଇବେ । ପାହାଡ଼ ଉହାଡ଼ରୁ ସୂର୍ଯ୍ୟଙ୍କ ରକ୍ତିମ ଆଭା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ । ପାହାଡ଼ରୁ ଶୀର୍ଷରେ ଛିଡ଼ା ହେଲେ ପରିବେଷ ବେଶ ମନମୁଗ୍ଧ କର ଥାଏ । ଖୋର୍ଦ୍ଧା -ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ରାଜସୁନାଖଳା ଠାରୁ ମାତ୍ର 2 କିଲୋମିଟର ଦୂରରେ ଏହି ସ୍ଥାନ । ଭୁବନେଶ୍ୱର ଠାରୁ 62 କିଲୋମିଟର ଏହି ସ୍ଥାନଟି । ରାଜସୁନାଖଳା ରେଳ ଷ୍ଟେସନ 1, 5 କିଲୋମିଟର । ସରକାରଙ୍କ ତରଫରୁ ପର୍ଯ୍ୟଟନର ମାନ୍ୟତା ମିଳିଲେ ଏଠାକାର ଉନ୍ନତି ହୋଇ ପାରନ୍ତା । ଲୋକେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here