33.1 C
Bhubaneswar
Thursday, April 25, 2024
Homeଓଡିଶାଡାହାଣୀ ଭୟରେ ଗାଁ’ ଛାଡ଼ିଲେ

ଡାହାଣୀ ଭୟରେ ଗାଁ’ ଛାଡ଼ିଲେ

ନୟାଗଡ଼ : ଡାହାଣୀ ସନ୍ଦେହରେ ଘର ଛାଡ଼ିଲେ ୭ ପରିବାର ଲୋକେ । ଏଭଳି ଅଭାବନୀୟ ଦୃଶ୍ୟ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଗୁଣ୍ଡୁରିବାଡ଼ି ଗାଁ’ରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଡାହାଣୀ ସନ୍ଦେହରେ ପୂରା ଗାଁ’ ହୋଇପଡ଼ିଛି ଜନଶୂନ୍ୟ । ଗାଁ’ରେ ୭ପରିବାର ନିଜ ଭିଟାମାଟି ଛାଡ଼ି ଅନ୍ୟ ଗାଁ’କୁ ପଳାଇଯାଇଛନ୍ତି ବୋଲି ସୂଚନାମିଳିଛି । ଗୁଣ୍ଡୁରିବାଡ଼ି ଗାଁ’ ର ଏହି ୭ ପରିବାର ଏବେ ଦର୍ପନାରାୟଣପୁର ଗାଁ’ରେ ରହୁଥିବା ଜଣାପଡ଼ିଛି ।
ଏହି ୭ପରିବାର ଅଭିଯୋଗ କରିଛନ୍ତି ଯେ, ବିବାହ କରିବା ମାତ୍ରେ ରକ୍ତ ବାନ୍ତି କରି ମରିଯାଉଛନ୍ତି ଯୁବକମାନେ । ଏହି କ୍ରମରେ ଗତ ଦୁଇ ବର୍ଷରେ ସାତ ଜଣ ମୃତ୍ୟୁ ବରଣ କରିସାରିଲେଣି । ରକ୍ତବାନ୍ତି କରି ମରୁଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲେ ମଧ୍ୟ କେହି ସୁସ୍ଥ ହେଉନାହାଁନ୍ତି । ଏପରିକି ଅନେକ ତାନ୍ତ୍ରିକ ଏବଂ ଡାକ୍ତରଙ୍କ ପରାମର୍ଶ କରି ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ଗ୍ରମବାସୀ । ତେବେ ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ କରାଯାଇ ଗ୍ରମାବସୀମାନଙ୍କୁ ନିଜ ଗାଁ’କୁ ଫେରେଇ ଆଣିବା ପାଇଁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking