32.1 C
Bhubaneswar
Thursday, March 28, 2024
Homeଓଡିଶାଶ୍ରମ ଆଇନ ସଂଶୋଧନ ଦାବିରେ ପ୍ରଧାନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଶ୍ରମ ଆଇନ ସଂଶୋଧନ ଦାବିରେ ପ୍ରଧାନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ : ନୟାଗଡ ଜିଲାରେ ବର୍ତମାନ ସାରା ବିଶ୍ୱରେ କରୋନା ମହାମାରୀରେ ଅତ୍ୟନ୍ତ ଦୟନୀୟ ପରିସ୍ଥିତି ନେଇ ଗତିକରୁଥିଲା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା 4ଟି ଶ୍ରମ କୋଡ଼କୁ ପାସ କରି ଆଇନରେ ପରିଣତ କରିବା ଏକ ଦୁର୍ଭାଗ୍ୟ ପୂର୍ଣ୍ଣ କାର୍ଯ୍ୟ । ଏହି ମହାମାରୀ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଶ୍ରମିକ ଟିଏ ଆଇନ ଦ୍ୱାରା ଆଜି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଭାରତୀୟ ମଜଦୁର ଶ୍ରମ କୋଡ଼ରେ ଥିବା ଶ୍ରମିକ ନୀତିରେ ସଂଶୋଧନ ପାଇଁ ଆଜି ସାରା ଦେଶରେ ଧାରଣା ପ୍ରତିବାଦ କରାଯାଇ ଜିଲ୍ଲାପାଳଙ୍କ ଦ୍ଵାରା ୬ ଦଫା ଦାବୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସେଗୁଡିକ ହେଲା 1-4ଟି ଲେବର କୋଡ଼ରେ ଥିବା ଶ୍ରମ ବିରୋଧୀ ନୀତି ନିୟମକୁ ପ୍ରତ୍ୟାହାର କରାଯାଉ । ଦ୍ୱିତୀୟରେ ଗୁଜୁରାଟ ମଡେଲ ଶ୍ରମ ସୁଧାରକୁ ତୁରନ୍ତ ରଦ୍ଧ କରାଯାଉ । ତୃତୀୟରେ ସମସ୍ତ ପେନସନ ସ୍କିଂମରେ ପୁନଃ ବିଚାର କରି Nps-95ପେନସନ କୁ ସର୍ବନିମ୍ନ 3000ଟଙ୍କା ପେନସନ ଦିଆଯାଉ । ଚତୁର୍ଥରେ ଭାରତ ଭଳି ଜନବହୁଳ ଦେଶରେ ନୂତନ ନିଯୁକ୍ତି ସୃଷ୍ଟି କରିବା ପାଇଁ କିଛି ନୀତିନିୟମ କରନ୍ତୁ । ପଞ୍ଚମରେ ପ୍ରବାସୀ ଶ୍ରମିକ ଆଇନକୁ ସଂଶୋଧନ ଓ କଡାକଡି ଭାବେ ଅନୁପାଳନ ପୂର୍ବକ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଉ। ଷଷ୍ଠରେ ଦେଶର ବିକାଶର ମାପ ଦଣ୍ଡ Gdp ଆଧାରିତ ନହୋଇ ଦେଶୀୟ ପଦ୍ଧତିରେ ହେବା ଦରକାର, ଉକ୍ତ ପ୍ରତିବାଦ ସଭାକୁ ନୟାଗଡ ଜିଲ୍ଲା ସମ୍ପାଦକ ନେତୃତ୍ୱ ନେଇ ଥିବା ବେଳେ ପ୍ରଦେଶ ଭାରତୀୟ ମଜଦୁର ସଙ୍ଘ ର କୋଷାଧକ୍ଷ ଶ୍ରୀ ଲକ୍ଷ୍ମଣ କୁମାର ଦାସ ସମ୍ବୋଧନ କରି ଥିଲେ, ରାମଚନ୍ଦ୍ର ଭଟ, ସେସଦେବ ଦଳେଇ, ରତ୍ନାକର ପ୍ରଧାନ, କପିଳ ଦଳେଇ, ସୁଜିତ ମନୋହର ଦାସ, ଦୀପକ ଦଳେଇ, ପ୍ରମୁଖ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking