34.1 C
Bhubaneswar
Friday, March 29, 2024
Homeଓଡିଶାସେସୁ ବିଭାଗର ମନମୁଖୀ ଶାସନ

ସେସୁ ବିଭାଗର ମନମୁଖୀ ଶାସନ

ନୟାଗଡ : ନୟାଗଡ ଜିଲ୍ଲା ଗଣିଆ ବ୍ଲକର ସେସୁ ବିଭାଗର ମନମୁଖୀ ଶାସନ ଓ ବାରମ୍ବାର ବିଜୁଳିକାଟ ଯୋଗୁ ଗଣିଆ ସେସୁ ଅଫିସ ଆଗରେ ଲୋକମାନେ ରାସ୍ତା ରୋକ କରିଥିଲେ । କରୋନା ରୋଗ କାୟା ବିସ୍ତାର କରିଥିବା ଯୋଗୁଁ ଲୋକେ ଘରୁ ନବାହାରି ଘରେ ରହୁଥିବାବେଳେ ବିଦୁତ କାଟ ଯୋଗୁଁ ମଶାଙ୍କ ଦାଉରୁ ଲୋକେ ଘରେ ଶାନ୍ତିରେ ରହି ପାରୁ ନାହାନ୍ତି । ଅଭିଯୋଗ କଲେ ମଧ୍ୟ ବିଭିନ୍ନ ସ୍ଥାନରେ ଖରାପ ହୋଇଛି ବୋଲି କହି ଲୋକଙ୍କୁ ହନ୍ତସନ୍ତ କରୁଛନ୍ତି । ଲୋକ ଅନ୍ଧକାରରେ ରହୁ ଥିଲାବେଳେ, କର୍ମ ଚାରିଙ୍କ ମୋବଇଲ ସୁଇଚ ଅଫ । ମୋ ସରକାର ନିୟମାବଳୀକୁ ଖୁଲମ ଖୁଲା ଭାବେ ଉଲଂଘନ କରିଛନ୍ତି ଅଧିକାରୀ । ଏ ସମସ୍ୟାକୁ ନେଇ ଗଣିଆ ବାସୀ ସହ୍ୟ କରି ନ ପାରି ବିଭିନ୍ନ ଦାବୀକୁ ଉପସ୍ଥାପନ କରି ରାସ୍ତା ରୋକ କରଥିଲେ । ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡା କେଇ ଦିନ ହେଲା ଥାନାରେ ଯୋଗ ଦେଇ ଥିଲେ ମଧ୍ୟ ପରିସ୍ଥିତିକୁ ଅନୁଧ୍ୟାନ କରି ଆକ୍ସନ ମୋଡ଼ରେ ଘଟଣା ସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟି ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking