40.1 C
Bhubaneswar
Thursday, April 25, 2024
Homeଓଡିଶାସ୍ବାଭିମାନ ଅଞ୍ଚଳରେ ମାତିଲେ ମାଓବାଦୀ : ଗୁଳି କରି ମାରିଲେ

ସ୍ବାଭିମାନ ଅଞ୍ଚଳରେ ମାତିଲେ ମାଓବାଦୀ : ଗୁଳି କରି ମାରିଲେ

ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ପୁଣି ଲାଲ ଆତଙ୍କ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଯୋଡ଼ାମ୍ବ ପଞ୍ଚାୟତର ବିହନଗୁଡ଼ି ଗ୍ରାମ ଛକ ନିକଟରେ ମାଓବାଦୀଙ୍କ ଗୁଳିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିିଛି। ପୁଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତିଙ୍କ ନାମ ଦିନବନ୍ଧୁ ବେପାରୀ। ଘଟଣାସ୍ଥଳରେ ମୃତଦେହ ପଡି ରହିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦୀନବନ୍ଧୁ ପେସାରେ ଜଣେ ବ୍ୟବସାୟୀ। ଏହି ଅଞ୍ଚଳର ସାପ୍ତାହିକ ହାଟରେ ସେ ବ୍ୟବସାୟ କରୁଥିଲେ। ରବିବାର ପରିବାର ସହ ସେ ଯୋଡ଼ାମ୍ବରୁ ପଣସପୁଟ ଯାଉଥିଲେ। ରାସ୍ତାରେ ନକ୍ସଲଙ୍କ ସହ ଭେଟ ହୋଇଥିଲା। କିଛି କାମ ରହିଥିବା ଦର୍ଶାଇ ନକ୍ସଲ ତାଙ୍କୁ ସେଠାରୁ ନେଇ ଯାଇଥିଲେ। ପରିବାର ଲୋକ ବି ବିଶେଷ ଗୁରୁତ୍ବ ନଦେଇ ଘରକୁ ଚାଲି ଆସିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ନକ୍ସଲ ନିଛାଟିଆ ସ୍ଥାନରେ ପୁଲିସ ଇନଫର୍ମର ଦର୍ଶାଇ ଗଳକାଟି ହତ୍ୟା କରିଥିଲେ। ବିହନଗୁଡ଼ା ଜଙ୍ଗଲରେ ଶବ ଫିଙ୍ଗି ନକ୍ସଲ ଚାଲିଯାଇଥିଲେ। ଖବର ପାଇ ସୋମବାର ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଶବ ନେଇ ଆସିଥିବା ଜଣାପଡ଼ିଛି। ଯୋଡ଼ାମ୍ବ ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଏହି ଘଟଣା ଘଟାଇ ସୁରକ୍ଷାକର୍ମୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନକ୍ସଲ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking