33.1 C
Bhubaneswar
Thursday, April 25, 2024
Homeଓଡିଶାନକ୍ସଲ ଆକ୍ରମଣ ଯୋଜନା ପଣ୍ଡ: ମାଟି ତଳୁ ମିଳିଲା ୮ଟି ଲ୍ୟାଣ୍ଡମାଇନ୍‌

ନକ୍ସଲ ଆକ୍ରମଣ ଯୋଜନା ପଣ୍ଡ: ମାଟି ତଳୁ ମିଳିଲା ୮ଟି ଲ୍ୟାଣ୍ଡମାଇନ୍‌

ମାଲକାନଗିରି: ପୋଲିସକୁ ପୁଣି ମିଳିଛି ଏକ ବଡ ସଫଳତା । ମାଟିତଳୁ ଲ୍ୟାଣ୍ଡମାଇନ ସହ ବହୁ ପରିମାଣରେ ମାଓ ସାମଗ୍ରୀ ମାଲକାନଗିରି ପୋଲିସ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ପୋଲିସ ଏବଂ ବିଏସ୍‌ଏଫ୍ ତରଫରୁ ସ୍ୱାଭିମାନ ଅଞ୍ଚଳର ଯଡାମ୍ବ ଥାନା ଅନ୍ତର୍ଗତ ଆନ୍ଧ୍ର ଓଡିଶା ସୀମାରେ ଜଙ୍ଗଲ ଭିତରେ ଏକ ବଡ ଗାତ କରି ନକ୍ସଲ ଲ୍ୟାଣ୍ଡମାଇନ, ବିସ୍ଫୋରକ, ଔଷଧ, ପୁସ୍ତକ, ବ୍ୟାଟେରି, ଯୋତା, ପୋଷାକ, କିଟ୍ ବ୍ୟାଗ୍‌, ଇନସାସ ମାଗାଜିନ ଇତ୍ୟାଦି ଉଦ୍ଧାର କରିଛି । ସ୍ୱାଭିମାନ ଅଞ୍ଚଳର ଟାବେର ଏବଂ ଆରଲିଙ୍ଗପଡା ଗ୍ରାମ ନିକଟରେ ରହିଥିବା ଜଙ୍ଗଲରେ ମାଟି ତଳୁ ଏସବୁ ବିସ୍ଫୋରକକୁ ପୋଲିସ ଉଦ୍ଧାର କରିଛି । ଏହି ଗ୍ରାମଗୁଡିକ ଯନ୍ତ୍ରୀ ପଞ୍ଚାୟତରେ ରହିଛି । ନକ୍ସଲମାନେ ଏହି ଅଞ୍ଚଳକୁ ନିଜର ଆଡ୍ଡା ବନାଇଥିଲେ । ଏବେ ବିଏସଏଫ ଧିରେ ଧିରେ ଏହି ଅଞ୍ଚଳରେ ପଶୁଥିବା ବେଳେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛନ୍ତି । ତେବେ ନକ୍ସଲ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ଗାତ ଖୋଳି ଲ୍ୟାଣ୍ଡମାଇନ ଏବଂ ବିସ୍ଫୋରକଗୁଡିକ ଲୁଚାଇ ରଖିଥିବା ଜଣାପଡିଛ । ଯାହାକୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇ ସେସବୁକୁ ଉଦ୍ଧାର କରାଉଛନ୍ତି । ୮ଟି ଲ୍ୟାଣ୍ଡମାଇନ ମଧ୍ୟରୁ ୬ଟି ଟିଫିନ ବୋମା ଏବଂ ୨ଟି ପ୍ରେସର ବୋମା ରହିଛି । ତେବେ ଗତକାଲି ବିଏସଏଫ ଡିଜି ଏବଂ ଏଡିଜିଙ୍କ ଗସ୍ତ ପରେ ବିଏସଏଫକୁ ମିଳିଛି ବଡ ସଫଳତା । ସ୍ୱାଭିମାନ ଅଞ୍ଚଳରେ ଅବସ୍ଥାପିତ ବିଏସ୍‌ଏଫ୍ ଯବାନଙ୍କ ମନୋବଳକୁ ଆହୁରି ମଜବୁତ କରି ବିଏସ୍‌ଏଫ୍ ଡିଜି ଫେରିଛନ୍ତି । ଏସବୁ ସୁରକ୍ଷାକର୍ମୀ ଏବଂ ନିରୀହ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଏଠାରେ ଲୁଚାଇ ରଖିଥିବା ଏସ୍‌ଡିପିଓ ଅଭିଳାଶ ଜି ପ୍ରକାଶ କହିଛନ୍ତି । ଆନ୍ଧ୍ର-ଓଡିଶା ବୋର୍ଡର ଜୋନାଲ କମିଟିର ନକ୍ସଲମାନେ ଏହି ଅଞ୍ଚଳରେ ନିଜର ଦବଦବା କାଏମ ରଖିଥିବା ଯୋଗୁଁ ଏହି ସଂଗଠନ ହିଁ ଏଠାରେ ଏସବୁ ପୋତିଥିବା ଜଣାପଡିଛି । ତେବେ ନକ୍ସଲଙ୍କର ଏକ ବଡ ଯୋଜନାକୁ ପୋଲିସ ପଣ୍ଡ କରିବାରେ ସଫଳ ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking