26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକେଉଁ ଦିନ ମା' ଙ୍କୁ କେଉଁ ଭୋଗ ଲାଗେ

କେଉଁ ଦିନ ମା’ ଙ୍କୁ କେଉଁ ଭୋଗ ଲାଗେ

ଭୁବନେଶ୍ୱର : ସାରା ଦେଶରେ ଧୁମ୍‌ଧାମ୍‌ରେ ପାଳନ କରାଯାଏ ଦଶହରା ପର୍ବ। ନଅ ଦିନ ଧରି ପୂଜା ପାଆନ୍ତି ମା’। ନବରାତ୍ରୀ ଅର୍ଥ ୯ଟି ରାତି। ଏହି ୯ ରାତିରେ ମା’ଙ୍କର ୯ ଗୋଟି ରୂପ ପୂଜା ପାଇଥାଏ। ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଦଶହରାର ଖୁବ୍ ଜାକଜମକରେ ପାଳନ କରାଯାଏ ଦୁର୍ଗାପୂଜା। ମା’ଙ୍କର ଏହି ଅବତାର ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ। ତେବେ ପ୍ରତ୍ୟେକ ଦିନ ଏହି ୯ ଅବତାରକୁ ଲାଗି ହୁଏ ୯ ପ୍ରକାରର ଭୋଗ।
ପ୍ରଥମ ଦିନ ପୂଜା ପାଆନ୍ତି ମାଆ ଶୈଳପୁତ୍ରୀ। ଶୈଳପୁତ୍ରୀ ହେଲେ ମା’ ଦୁର୍ଗତୀନାଶିନୀଙ୍କର ପ୍ରଥମ ରୂପ। ଶୈଳପୁତ୍ରୀଙ୍କୁ ଜଣେ ଶିଶୁ କନ୍ୟା ଏବଂ ପର୍ବତ କନ୍ୟା ଭାବେ ପୂଜା କରାଯାଏ। ପ୍ରଥମ ଦିନ ମା’ ଶୈଳପୁତ୍ରୀ ଗାଢ଼ ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତି। ଏହି ଦିନ ମାଙ୍କୁ ଘିଅ ତଥା ଘିଅ ତିଆରି ଲଡ଼ୁ, ଆଳୁ ତିଆରି ଉପମା, ସାଗୁଦାନା ଖେଚୁଡ଼ି ଆଦି ଭୋଗ କରାଯାଇଥାଏ।
ଦ୍ୱିତୀୟ ଦିନ ମା’ ବ୍ରହ୍ମଚାରିଣୀ ରୂପେ ପୂଜା ପାଆନ୍ତି। ବ୍ରହ୍ମଚାରିଣୀଙ୍କ ବସ୍ତ୍ର ରଙ୍ଗ ହେଲା ହଳଦିଆ। ଏହି ଦିନ ମା’ଙ୍କୁ ଅଟା ହଲଓ୍ୱା, କଞ୍ଚା କଦଳୀରେ ତିଆରି ବର୍ଫି ଭଳି ଚିନି ତିଆରି ଭୋଗ ପୂଜା କରାଯାଏ।
ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ମା’ ଚନ୍ଦ୍ରଘଣ୍ଟାଙ୍କୁ ଶାନ୍ତିର ପ୍ରତୀକ ଭାବେ ବିଶ୍ୱାସ କରାଯାଏ। ମା’ ଚନ୍ଦ୍ରଘଣ୍ଟାଙ୍କୁ ଆରାଧନା କଲେ ଜୀବନର ସବୁ ଅସୁବିଧାର ସମାଧାନ ହୁଏ। ଏହି ଦିନ ମା’ ସବୁଜ ରଙ୍ଗର ବସ୍ତ୍ର ଧାରଣ କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ସେହିପରି ମା’ଙ୍କ ପାଖରେ କ୍ଷୀର ତିଆରି ମିଠା ବ୍ୟଞ୍ଜନ ଶାଗୁଦାନା ଖିରି, ଛେନା ଖିରି ଭୋଗ ଲାଗେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking