27.8 C
Bhubaneswar
Thursday, April 18, 2024
Homeଓଡିଶାବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ

ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ

 
ଭୁବନେଶ୍ୱର : କରୋନା ପାଇଁ ହଠାତ ଲକ ଡାଉନ ଘୋଷଣା ହେବାରୁ ବିଭିନ୍ନ ରାଜ୍ୟରେ ଓଡ଼ିଶାର ଲୋକମାନେ ଫସି ରହିଛନ୍ତି | ବିଶେଷ କରି ଆନ୍ଧ୍ର,ତାମିଲନାଡୁ,କେରଳ, ଜାମ୍ମୁ -କାଶ୍ମୀର ପ୍ରଭୁତି ରାଜ୍ୟରେ ଓଡିଶା ଶ୍ରମିକ ,ଛାତ୍ରଛାତ୍ରୀ,ତୀର୍ଥଯାତ୍ରୀ ଅଟକି ଯାଇଛନ୍ତି | କାହାପାଖରେ ପଇସା ନାହିଁତ,କିଏ ଖାଇବାକୁ ନ ପାଇ ଭୋକରେ,ଆଉ କାହାର ପିତାଙ୍କ ଦେହାନ୍ତ ହୋଇଛି ଘରକୁ ଫେରି ପାରୁନି | ସେମାନେ ଭିଡିଓ ଜାରିକରି ନିଜ ନିଜ ସମସ୍ୟା କହୁଛନ୍ତି | ଏସବୁ ଭିଡିଓ ଦେଖିବା ପରେ ଓଡିଶା ବାହାରେ ଫସିଥିବା ଓଡ଼ିଆ ଲୋକଙ୍କ ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାଙ୍କୁ ଚିଠିରେ ନବୀନ ଅନୁରୋଧ କରିଛନ୍ତି ଯେ ତାଙ୍କ ରାଜ୍ୟରେ ଫସିଥିବା ଓଡ଼ିଆ ଲୋକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉ । ଏଥିପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହା ଓଡିଶା ସରକାର ବହନ କରିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାହାର ରାଜ୍ୟରୁ ଆସି ଓଡ଼ିଶାରେ ରହୁଥିବା ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ସେମାନଙ୍କର ସମସ୍ତ ଆନୁଷଙ୍ଗିକ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ବହନ କରୁଛି ।ଏପରି କି ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି କେହି ଓଡ଼ିଶାରେ ଫସିଛନ୍ତି ଓ କେହି ଶୁଣୁ ନାହାନ୍ତି, ତେବେ ତାଙ୍କୁ ସିଧା ଜଣାନ୍ତୁ |
ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ ସେଥିପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିବାକୁ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking