37.1 C
Bhubaneswar
Thursday, March 28, 2024
Homeଓଡିଶାନିତିଆୟୋଗ ବୈଠକରେ ଯୋଗଦେବେ ନବୀନ

ନିତିଆୟୋଗ ବୈଠକରେ ଯୋଗଦେବେ ନବୀନ

ଚୂଡ଼ା, ମୁଢ଼ି, ଖଇ ଉପରୁ ଜିଏସ୍‌ଟି ଉଚ୍ଛେଦ ପାଇଁ ବି ଦାବି କରିବେ
ଭୁବନେଶ୍ୱର: ଆସନ୍ତା ୭ରେ ଦିଲ୍ଲୀରେ ହେବାକୁ ଥିବା ନିତି ଆୟୋଗ ସପ୍ତମ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି ପୁଣି ଥରେ ଦୋହରାଇବେ । ଏଥିସହ ଚୂଡ଼ା, ମୁଢ଼ି, ଖଇ, ଉଖୁଡ଼ା ଓ ଦହି ଉପରୁ ଜିଏସ୍‌ଟି ଉଚ୍ଛେଦ ପାଇଁ ବି ସେ କେନ୍ଦ୍ର ସରକାରଙ୍କ ଠାରେ ଦୃଢ଼ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡ଼ଛି । ମୁଖ୍ୟମନ୍ତ୍ରୀ ଏନେଇ କିଛି ସ୍ପଷ୍ଟ କରି ନଥିଲେ ହେଁ ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ସୂଚନା ଦେଇଛନ୍ତି ।
ଗତ ଜୁଲାଇ ୨୮ରେ ଦିନିକିଆ ଓଡ଼ିଶା ଗସ୍ତରେ ନିତି ଆୟୋଗ ଉପାଧ୍ୟକ୍ଷ ସୁମନ୍ ବେରୀ ଓ ସଦସ୍ୟ ଡ. ବିନୋଦ ପଲ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସପ୍ତମ ବୈଠକରେ ଯୋଗଦେବାକୁ ଅନୁରୋଧ କରିଥିଲେ ।

ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟକାରିତା ପରଖିଥିଲେ । ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ବୁଲି ଦେଖିବା ସହ ପିପିଲିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଉଦ୍ୟୋଗ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୫-ଟିରେ ହେଉଥିବା ବିଦ୍ୟାଳୟର ରୂପାନ୍ତରଣ ସହ ଅଙ୍ଗନୱାଡ଼ିି ବୁଲି ଦେଖିବା ପରେ ନିତି ଆୟୋଗ ଟିମ୍ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। ଫଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିତି ଆୟୋଗ ଟିମ୍‌ର ନିମନ୍ତ୍ରଣ ରକ୍ଷା କରି ଆସନ୍ତା ଶନିବାର ନୂଆଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି ।  ଉଲ୍ଲେଖନୀୟ ଯେ ନିକଟରେ ଶେଷ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନ କାଳରେ ଶାସକ ବିଜେଡିର ସଭ୍ୟମାନେ କେନ୍ଦ୍ର ସରକାର ଓଡ଼ିଶାକୁ ଫୋକସ୍ ଷ୍ଟେଟ୍ ମାନ୍ୟତା ଦିଅନ୍ତୁ ବୋଲି ଦାବି କରିଥିଲେ । ହେଲେ ବିଜେପି ଏହାକୁ ବିରୋଧ କରି କହିଥିଲା । ରାଜ୍ୟ ସରକାର ଯେତେବେଳେ ବଜେଟ୍ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି, ସେହି ସମୟରେ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବିର କିଛି ଯଥାର୍ଥତା ନାହିଁ ବୋଲି ବିଜେପିର ସଭ୍ୟମାନେ କହିଥିଲେ । ହେଲେ ବିଜେପିର ଏହି ମତକୁ ବିଜେଡି ବିରୋଧ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking