37.1 C
Bhubaneswar
Saturday, April 20, 2024
Homeଓଡିଶାମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ନିଜ ସମ୍ପତ୍ତି ତାଲିକା । ଗତବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନିଜ ସମ୍ପତ୍ତି ତାଲିକା ଦେଇଛନ୍ତି । ସିଏମ୍‌ଓ ୱେସାଇଟ୍‌ରେ ନବୀନଙ୍କ ସହ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସ୍ଥାନିତ ହୋଇଛି । ୭ଟଇ ବ୍ୟାଙ୍କରେ ନବୀନଙ୍କର ଅଛି ୧୩କୋଟି ୧ଲକ୍ଷ ୬ହଜାର ୧୧ଟଙ୍କା । ବିଓଆଇ ବ୍ୟାଙ୍କ ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧କୋଟି ୩ଲକ୍ଷ ୧୩ହଜାର ୪୯୯ଟଙ୍କା ଅଛି । ନବୀନଙ୍କର ରହିଛି ପ୍ରାୟ ୨ଲକ୍ଷ ୮୯ହଜାର ୫୮୭ ଟଙ୍କର ସୁନାଗହଣା । ନବୀନଙ୍କ ପାଖେ ଏବେବି ୧୯୮୦ ମଡେଲ୍‌ର ଏକ ଆମ୍ବାସାଡର କାର୍ ମଧ୍ୟ ଅଛି । ଏହି କାର୍‌ର ଆନୁମାନିକ ମୂଲ୍ୟ ୮ହଜାର ୯୦୫ଟଙ୍କା ହେବ । ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ଜମି ଓ କୋଠା ଅଛି । ଫରିଦାବଦ୍ ତିକ୍ରିକେରା ଜମି ଓ କୋଠାର ମୂଲ୍ୟ ୧୦କୋଟି ୭୫ଲକ୍ଷ ୫୧ହଜାର ୭୧ଟଙ୍କା ହେବ । ନବୀନ ନିବାସରେ ନବୀନଙ୍କର ରହିଛି ଦୁଇ ତୃତୀୟାଂଶ ସେୟାର । ଯାହାକି ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ ଟଙ୍କା ହେବ । ଦିଲ୍ଲୀରେ ନବୀନ ପଟ୍ଟନାୟକଙ୍କର ରହିଛି ୫୦ ପ୍ରତିଶତ ସେୟାର । ଏହାର ଆନୁମାନିକ ମୂଲ୍ୟ ୪୩କୋଟି ୩୬ଲକ୍ଷ ୧୮ହଜାରଟଙ୍କ ହେବ । ଫରିଦାବଦ୍‌ରେ ଥିବା ଜମି ବିକ୍ରୀ ଲାଗି ନବୀନ ଅଗ୍ରିମ ଆଣିଛନ୍ତି ୧କୋଟି ୨୫ଲକ୍ଷ ଟଙ୍କା । ସିଏମଓ ୱେବ୍‌ସାଇଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଉପଲବ୍ଧ ରହିଛି। ସବୁଠାରୁ ବଡ଼ କଥା ହେଉଛି, ଗତବର୍ଷ ଠାରୁ ଚଳିତବର୍ଷ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ବଢିଛି। ଅନ୍ୟପକ୍ଷେ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସେମାନଙ୍କର ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking