34.1 C
Bhubaneswar
Friday, March 29, 2024
Homeଓଡିଶାଦିଲ୍ଲୀ ହିଂସାରେ ଦଙ୍ଗାକାରୀ ଜାଳିଦେଲେ ଆନିଶଙ୍କ ଘର, ନବୀନ ଦେଲେ ୧୦ ଲକ୍ଷ କ୍ଷତିପୂରଣ

ଦିଲ୍ଲୀ ହିଂସାରେ ଦଙ୍ଗାକାରୀ ଜାଳିଦେଲେ ଆନିଶଙ୍କ ଘର, ନବୀନ ଦେଲେ ୧୦ ଲକ୍ଷ କ୍ଷତିପୂରଣ

ଭୁବନେଶ୍ୱର: ଦିଲ୍ଲୀ ଦଙ୍ଗାରେ କନଷ୍ଟେବଲ ମହମ୍ମଦ ଆନିଶଙ୍କ ଘର ପୋଡିଦେଲେ ଦଙ୍ଗାକାରୀ | ମହମ୍ମଦ ଆନିଶ ଓଡ଼ିଶା ସ୍ୱାଭିମାନ ଅଂଚଳରେ କାର୍ଯ୍ୟରତ ଥିଲେ | ଏଥିପାଇଁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ମାସରେ ଅନିଶଙ୍କର ବିବାହ ହେବାକୁ ଥିବା ବେଳେ ତା ପୂର୍ବରୁ ଦଙ୍ଗାକାରୀମାନେ ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାବରେ ପୋଡି ପାଉଁଶ କରିଦେଇଛନ୍ତି । ତେବେ ବର୍ତ୍ତମାନ ଅନୀଶ ଓଡିଶା ମାଲକାନଗିରି ସୀମାନ୍ତରେ ମୁତୟନ ଥିବା ବିଏସଏଫ ୯ମ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ଘର ପୋଡି ଯାଇଥିବା ଖବର ପାଇ ଅନିଶ ଦୁଃଖିତ ହୋଇଥିଲେ ମଧ୍ୟ ଡ୍ୟୁଟିରେ ଥିବାରୁ ଘରକୁ ଆସିପାରିନାହାଁନ୍ତି । ତେଣୁ ତାଙ୍କୁ ଟ୍ରାନ୍ସଫର କରି ଦିଲ୍ଲୀ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାର ଆନିଶଙ୍କ ନାଁରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ।
https://onakhabar.com/2020/03/01/young-bjp-president-subhas-khuntia-arrested

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking