29.4 C
Bhubaneswar
Thursday, April 18, 2024
Homeଓଡିଶାନ୍ୟାୟପାଇଁ ଆମରଣ ଅନଶନରେ ବସିଲେ ଦମ୍ପତି

ନ୍ୟାୟପାଇଁ ଆମରଣ ଅନଶନରେ ବସିଲେ ଦମ୍ପତି

ନାଉଗାଁ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ’ ପଞ୍ଚାୟତ କଣ୍ଟୁଣିଆ ଗ୍ରାମର ଜୈନେକ ଦମ୍ପତିଙ୍କୁ ନ୍ୟାୟ ନମିଳିବାରୁ ମଙ୍ଗଳବାର ସେମାନେ ନାଉଗାଁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ରବୀନ୍ଦ୍ର ସାହୁ ଜଣେ ଭୂମିହୀନ ବ୍ୟକ୍ତି ହୋଇଥିବାରୁ ୧୯୯୮ମସିହାରେ ସରକାର ତାଙ୍କୁ ସରକାରୀ ଯୋଜନାରେ ୫ ଡିସିମିଲ ଘରବାରୀ ପଟ୍ଟା ଯୋଗାଇଦେଇଥିଲେ, ଯେଉଁଠି ସେ ଘର କରି ରହୁଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ଭାଇ ଚକ୍ରଧର ସାହୁ ସେ କରିଥିବା ଗୃହକୁ ଛାଡ଼ି ତାଙ୍କର ବଞ୍ଚିଥିବା ଯାଗା ସହିତ ସେହି ପ୍ଲଟକୁ ଲାଗିରହିଥିବା ଗୋଚର ଜମିକୁ ଜବରଦଖଲ କରି ସେଠାରେ ଗୃହ ନିର୍ମାଣ କରୁଛନ୍ତି । ଏମିତିକି ଏମାନେ ଘରୁ ବାହାରିବା ପାଇଁ ରାସ୍ତା ମଧ୍ୟ ଛାଡୁନାହାନ୍ତି । ଯାହାକୁ ନେଇ ପୂର୍ବରୁ ରବୀନ୍ଦ୍ର ପଞ୍ଚାୟତ, ତହସିଲ ଓ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଚକ୍ରଧର ଏସବୁକୁ ଫାଙ୍କିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହୋଇଥିଲା ।

ଯାହାକୁ ନେଇ ନାଉଗାଁ ଥାନା ଅଧିକାରୀ ଉଭୟଙ୍କ ନାମରେ ମାମଲା ରୁଜୁକରି ଉଭୟଙ୍କୁ କୋର୍ଟଚାଲାଣ ମଧ୍ୟ କରିଥିଲେ । ସେଠାରୁ ଆସିବାପରେ ପୂନର୍ବାର ଚକ୍ରଧର କିଛି ଅସାମାଜିକ ବ୍ୟକ୍ତିଙ୍କୁ ଧରି ରବୀନ୍ଦ୍ରକୁ ଧମକଦେବା ସହିତ ପୁଣି ଗୃହ ନିର୍ମାଣ କାର୍ଯ୍ୟ କରୁଛି। ଯାହାକୁ ନେଇ ରବୀନ୍ଦ୍ର ଗତ ୩୦ ତାରିଖରେ ନାଉଗାଁ ତହସିଲଦାର ଓ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥିପ୍ରତି ତାଙ୍କୁ ଆଗାମୀ ୭ଦିନ ମଧ୍ୟରେ ନ୍ୟାୟ ପ୍ରଦାନ କରାନଗଲେ ସେ ତାଙ୍କ ପରିବାର ସହିତ ତହସିଲ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଅଭିଯୋଗରେ ଲିଖିତଭାବେ ଦର୍ଶାଇଥିଲେ । ୭ଦିନ ପରେ ମଧ୍ୟ ତାଙ୍କୁ କୌଣସି ନ୍ୟାୟ ନମିଳିବାରୁ ସେ ବାଧ୍ୟହୋଇ ତହସିଲ ସମ୍ମୁଖରେ ତାଙ୍କ ପତ୍ନୀ ସଞ୍ଜୁବାଳା ସାହୁଙ୍କ ସହିତ ଆମରଣ ଅନଶନରେ ବସିଥିବା କହିଛନ୍ତି । ଏ ସମ୍ପର୍କରେ ନାଉଗାଁ ତହସିଲଦାରଙ୍କୁ ପଚାରିବାରୁ ଆଇନ୍‍ ଅନୁସାରେ ଯାହା କରାଯାଇପାରିବ ତାହା କରାଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking