30.1 C
Bhubaneswar
Wednesday, April 24, 2024
Homeଓଡିଶାନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ

ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଶା ନାଟ୍ୟ ଜଗତର ବାଦ୍‌ଶାହ ଭାବେ ପରିଚିତ ବିଜୟ ମିଶ୍ରଙ୍କର ଆଜି ଅପରାହ୍ଣରେ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ବର୍ଷ ହୋଇଥିଲା । ସେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ୧୯୩୬ ମସିହା ଜୁଲାଇ ୧୬ରେ ଜନ୍ମ ଗ୍ରହଣ କରିଥିଲେ । ସେ ନୀଳଗିରି ହାଇସ୍କୁଲରୁ ମାଟ୍ରିକ୍ ପାସ୍ ପରେ ବାଲେଶ୍ୱର ଫକିରମୋହନ କଲେଜ୍‌ରେ ଆଇଏସ୍‌ସି ପଢ଼ିଥିଲେ । ୧୯୫୭ରେ କଟକ ଆସି ଭୁବନାନ୍ଦ ଇଞ୍ଜିନିୟରଙ୍ଗ୍ ସ୍କୁଲ୍‌ରେ ପଢ଼ି ଡିପ୍ଲୋମା ପାସ୍ କରିଥିଲେ । ଇଂଜିନିୟରିଙ୍ଗ ପାସ୍ ପରେ ହୀରାକୁଦ୍‌ରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ଚାକିରୀ ଜୀବନ ସହ ନାଟ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ନାଟକ ଜନନୀ ସେ ସମସୟରେ ବେଶ୍ ଆଦୃତ ହୋଇଥିଲା । ୧୯୬୦ରେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ତାଙ୍କର ଏହି ନାଟକ ପରିବେଶିତ ହୋଇଥିଲା । ଏହାକୁ ନେଇ ସେ ବେଶ୍ ପ୍ରଶଂସା ପାଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ଓ ନାଟ୍ୟ ଜଗତକୁ ତାଙ୍କର ମହାନ ଅବଦାନ ତାଙ୍କୁ ସବୁଦିନ ପାଇଁ ଚିରସ୍ମରଣୀୟ କରି ରଖିବ । ତାଙ୍କ ଦ୍ୱାରା ରଚିତ ନାଟକ ତଟନିରଞ୍ଜନି ବେଶ୍ ଭଲ ଭାବରେ ଆଦୃତ ହୋଇଥିଲା । ଏହି ଉଚ୍ଚକୋଟିର ନାଟକ ତାଙ୍କୁ ଶୀର୍ଷରେ ପଂହଚାଇଥିଲା । ବିଭିନ୍ନ ଭାଷାରେ ହିନ୍ଦୀ, ନେପାଳୀ, କର୍ଣ୍ଣଡ ଓ ଅନ୍ୟାନ୍ୟ ଭାଷାରେ ତାହା ଅନୁବାଦିତ ହୋଇଛି । ଏଥିସହ ଜନନୀ, ଏକାକୀ,ଅସାନ୍ତ ଗ୍ରହ, ତିମିର ତୀର୍ଥ ପତୀକ୍ଷା, ଆର୍ତନାଦ,ହେ ସ୍ୱର୍ଗ ବିଦାୟ, ଶବ ବାହକ ମାନେ, ଯାଜାବର, ଶାଗରତିରେ, ଅସତ୍ୟ ସହର, ଏଠି ସେଠି ସବୁଠି, କଥାଟିଏ କହୁଁ, ଚନ୍ଦ୍ର ଚୋରୀ , ଲଗ୍ନ, ଦୁଇଟି ସୂର୍ଯ୍ୟ ଜଣେ ରାଜା ଥିଲେ । ଏପରି ଅନେକ ନାଟକ ସେ ରଚନା କରିଛନ୍ତି । ଧାରାବାହିକ ଶ୍ରୀଜଗନ୍ନାଥରେ ମଧ୍ୟ ସଂଳାପ ଲେଖିଥିଲେ । ସେ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମି ପୁରଷ୍କାର, ସମ୍ମାନଜନିତ ଜୟଦେବ ପୁରଷ୍କାର ଆରମ୍ଭ ବିଭିନ୍ନ ପୁରସ୍କାରରେ ସେ ସମ୍ମାନୀତ ହୋଇଛନ୍ତି । ଓଡ଼ିଆ ମଂଚ ଓ ଚଳଚ୍ଚିତ୍ର ନାଟ୍ୟକାର ଭାବେ ସେ ବେଶ୍ ପରିଚିତ । ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ସେ ରଚନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking