38.1 C
Bhubaneswar
Tuesday, April 23, 2024
Homeସ୍ୱାସ୍ଥ୍ୟସବୁବେଳେ ସାବୁନ ଲଗାଇ ଗାଧଉଥିଲେ ..

ସବୁବେଳେ ସାବୁନ ଲଗାଇ ଗାଧଉଥିଲେ ..

ଭୁବନେଶ୍ୱର : ପ୍ରାୟତଃ ଅଧିକାଂଶ ଲୋକ ପ୍ରତିଦିନ ଗାଧୋଇବା ସମୟରେ ଶରୀରରେ ସାବୁନ ବ୍ୟବହାର କରିଥାନ୍ତି । ହେଲେ ହୁଏତ ଏକଥା ସମସ୍ତଙ୍କୁ ଜଣା ନଥିବ ଯେ, ସବୁବେଳେ ଶରୀରରେ ସାବୁନ ବ୍ୟବହାର କରିବା ଦ୍ବାରା, ତ୍ବଚା ଅଧିକ ରୁକ୍ଷ ହୋଇଥାଏ । ଗାଧୋଇଲେ ଆମକୁ ଫ୍ରେଶ୍‌ ଲାଗିବା ସହ ଶରୀର ଓ ମନ ସୁସ୍ଥ ରହିଥାଏ। ଏହି ସମୟରେ ଆମେ ତ୍ୱଚାକୁ ସଫା କରିବା ପାଇଁ ସାବୁନ ସମେତ ବିଭିନ୍ନ କେମିକାଲ ପ୍ରଡକ୍ଟସ୍‌ର ବ୍ୟବହାର କରିଥାଉ। ତେବେ ଗାଧୋଇବା ପୂର୍ବରୁ ପ୍ରତିଦିନ ସାବୁନ୍ ପରିବର୍ତ୍ତେ କିଛି ଘରୋଇ ସାମଗ୍ରୀର ବ୍ୟବହାର ମଧ୍ୟ କରି ପାରିବା । ଯାହା ତ୍ବଚାକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନଥାଏ ଏବଂ ତ୍ବଚାକୁ ଭଲ ରଖିଥାଏ । ଆସନ୍ତୁ ଜାଣିବା ସେହି ଘରୋଇ ସାମଗ୍ରୀର ବ୍ୟବହାର ସମ୍ପର୍କରେ ।

-ପ୍ରତିଦିନ ଗାଧୋଇବା ସମୟରେ ପାଣିରେ ୪ରୁ ୫ ଟି ଗ୍ରୀନ-ଟି ବ୍ୟାଗ୍ ପକାଇ ୨୦ ରୁ ୨୫ ମିନିଟ ଯାଏଁ ରଖିବେ । ଏହାପରେ ସେହି ପାଣିରେ ଗାଧୋଇବେ । ଏପରି କରିବା ଦ୍ବାରା, ଏହା ତ୍ବଚାରେ କ୍ଲିନଜିଂ ଭଳି କାମ କରିଥାଏ ।

-ସପ୍ତାହକୁ ଦୁଇ ରୁ ତିନି ଥର ଗାଧୋଇବା ପୂର୍ବରୁ, ବେସନରେ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ମୁହଁ,ବେକ ଏବଂ ହାତ,ଗୋଡରେ ଲଗାଇ ଶୁଖିବା ଯାଏଁ ରଖିବେ । ତାପରେ ମସାଜ୍ କରି ଗାଧୋଇବେ । ଏପରି କରିବା ଦ୍ବାରା, ତ୍ବଚା ଗ୍ଲୋ କରିବା ସହିତ,ରୁକ୍ଷପଣ ଦୂର ହୋଇଥାଏ ।

-ଗାଧୋଇବା ପୂର୍ବରୁ କ୍ଷୀରକୁ ତୁଳାରେ ଭିଜାଇ ଶରୀର ଓ ମୁହଁରେ ଲଗାନ୍ତୁ। କିଛି ସମୟ ଶୁଖିବାକୁ ଛାଡି ଦିଅନ୍ତୁ। କିଛି ସମୟ ପରେ ଏହାକୁ ଭଲ ଭାବେ ମସାଜ୍‌ କରି ଗାଧୋଇ ପଡନ୍ତୁ।

-ଗାଧୋଇବା ପାଣିରେ ଏକ ଚାମଚ ସନ୍ଧବ ଲୁଣ ଓ କିଛି ଫିଟିକରି ମିଶାନ୍ତୁ। ଏହାଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହାଦ୍ୱାରା ଶରୀରର ଥକାପଣ ମଧ୍ୟ ଦୂର ହୋଇଥାଏ।

-ପ୍ରତିଦିନ ଗାଧୋଇବା ପୂର୍ବରୁ ପାଣିରେ ୧୦ ରୁ ୧୨ ଟି ନିମ୍ବ ପତ୍ର ପକାଇ କିଛି ସମୟ ଫୁଟାଇବେ । ଏହାପରେ ଏହି ପାଣିକୁ ଛାଣି ,ତାକୁ ନେଇ ଗାଧୋଇବାକୁ ରଖିଥିବା ପାଣିରେ ପକାଇ ମିଶାଇବେ । ତାପରେ ସେହି ପାଣିରେ ଗାଧୋଇବେ । ଏପରି କରିବା ଦ୍ବାରା, ଏହା ତ୍ବଚାକୁ କୁଣ୍ଡେଇ ହେବା, ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟାରୁ ତ୍ବଚାକୁ ରକ୍ଷା କରିଥାଏ ।

-ଗାଧୋଇବା ପାଣିରେ ପ୍ରତିଦିନ ୪ ରୁ ୫ ଚାମଚ ଗୋଲାପଜଳ ପକାଇ ମିଶାଇ, ସେହି ପାଣିରେ ଗାଧୋଇବେ । ଏହା ଦ୍ବାରା ତ୍ବଚାରେ ସୁବାସିତ ମହକ ଆସିଥାଏ ଏବଂ ତ୍ବଚାରେ ଚମକ ଆସେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking