33.1 C
Bhubaneswar
Wednesday, April 24, 2024
Homeଓଡିଶାଡଗରା ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟର ବିକାଶ ଅଟକିଛି ଅଧାବାଟରେ...

ଡଗରା ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟର ବିକାଶ ଅଟକିଛି ଅଧାବାଟରେ…

ବାଲେଶ୍ବର : ଓଡିଶାର ସୀମାନ୍ତ ବାଲେଶ୍ବର ଜିଲ୍ଲା ବାଲିଆପାଳ ମାଟିକୁ ପ୍ରକୃତିରାଣୀ ଦେଇଛି ଅପରୂପ ସୌନ୍ଦର୍ଯ୍ୟ  ଏବଂ ସ୍ୱତନ୍ତ୍ର ପରିଚୟ । ଏଠାରେ ଥିବା ଡଗରା ବେଳାଭୂମିର ସୌନ୍ଦର୍ଯ୍ୟର ଆକର୍ଷଣ ଅତିବ ନିଆରା । ବିସ୍ତିର୍ଣ୍ଣ ଝାଉଁ ଜଙ୍ଗଲର ଶୋଭାରାଜି ସାଙ୍ଗକୁ ନାଲି କଙ୍କଡାର ଲୁଚକାଳି ଖେଳ ସାଙ୍ଗକୁ ବେଳାଭୂମିର ରମଣୀୟ ଦୃଶ୍ୟକୁ ଉପଭୋଗ କରିବା ପାଇଁ ବର୍ଷଯାକ ଏଠାକୁ ପର୍ଯ୍ୟଟକ ମାନକଂର ସୂଅ ଛୁଟିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡଗରା ବେଳାଭୂମିରେ ଥିବା ବିସ୍ତିର୍ଣ୍ଣ ଝାଉଂ ଜଗଂଲର ସାଇଂ ସାଇଂ ଶବ୍ଦରେ ପର୍ଯ୍ୟଟକ ମାନେ ବିମୋହିତ ହୋଇଯାନ୍ତି । ଏହି ବେଳାଭୂମିରେ ସର୍ବଦା ବିଚରଣ କରୁଥିବା ନାଲି କଙ୍କଡାର ଲୁଚକାଳି ଖେଳର ଦୃଶ୍ୟ ଅତ୍ୟନ୍ତ ମନୋରମ । ଏହା ଏକ ବିସ୍ତିର୍ଣ୍ଣ ସମତଳ ବେଳାଭୂମି ହୋଇଥିବାରୁ ପର୍ଯ୍ୟଟକ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ଏହି ବେଳାଭୂମିଟି ଓଡିଶାର ସୀମାନ୍ତ ରେ ରହିଥିବାରୁ ସମଗ୍ର ଓଡିଶା ସମେତ ପଡୋଶୀ ପଶ୍ଚିମବଗଂ , ଝାଡଖଣ୍ତ , ବିହାରରୁ ମଧ୍ୟ ପର୍ଯ୍ୟଟକ ମାନେ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଂଇ ଛୁଟି ଆସିଥାନ୍ତି । ମାତ୍ର ଏହି ବେଳାଭୂମିର ବିକାଶ ଦିଗରେ ସରକାରୀ ସ୍ତରରେ ପ୍ରୟାସ କରାଯାଇ ନଥିବାରୁ ପର୍ଯ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି, ୨୦୧୬ ମସିହା ଜାନୁୟାରୀ ୨୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବେଳାଭୂମିରେ ୧ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟୁରିଷ୍ଟ କରିଡର ଓ ପାନ୍ଥ ନିବାସ ର ଉଦଘାଟନକୁ ୫ ବର୍ଷ ବିତିଯାଇ ଥିଲେ ମଧ୍ୟ ଏହାର କାର୍ଯ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନାଂହି , ଏହି ବେଳାଭୂମିକୁ ଆସିବା ପାଂଇ ଭଲ ରାସ୍ତା ଟିଏ ନାଂହି , ପର୍ଯ୍ୟଟକ ମାନକଂର ରାତ୍ରିଯାପନ ପାଂଇ କୌଣସି ହୋଟେଲ ବା ଅତିଥିଭବନ ନଥିବାରୁ ସଂଧ୍ୟା ପୂର୍ବରୁ ପର୍ଯ୍ୟଟକ ମାନଙ୍କୁ ଘରକୁ ଫେରିଯିବାକୁ ପଡିଥାଏ । ପର୍ଯ୍ୟଟକ ମାନକଂର ଅତ୍ୟାବଶକ ପିଇବା ପାଣି , ବସିବା ପାଂଇ ବେଞ୍ଚ ଏବଂ ସଂଧ୍ୟା ସମୟର ଦୃଶ୍ୟକୁ ଉପଭୋଗ କରିବା ପାଂଇ କୌଣସି ଲାଇଟର ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟନ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଓଡିଶାର ଅନ୍ୟ ସମସ୍ତ ବେଳାଭୂମି ଭଳି ଏହି ବେଳାଭୂମିର ବିକାଶ ଏବଂ ଉନ୍ନତ୍ତି ପାଂଇ ସରକାରୀ ସ୍ତରରେ ପଦକ୍ଷେପ ଗ୍ରହଣ କରାଗଲେ ଏହି ବେଳାଭୂମି ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସହିତ ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିପାରନ୍ତେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking