37.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ; ସରକାର ସାମ୍ବାଦିକମାନଙ୍କୁ ଆର୍ଥିକ ସୁରକ୍ଷାର...

ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ; ସରକାର ସାମ୍ବାଦିକମାନଙ୍କୁ ଆର୍ଥିକ ସୁରକ୍ଷାର ଘୋଷଣା କରନ୍ତୁ

ବଲାଙ୍ଗିର,(ଦେବାଶିଷ ମିଶ୍ର) -କରୋନା ମହାମାରୀ ଯୋଗୁଁ ଆର୍ଥିକ ଅସୁରକ୍ଷା ଦେଖାଦେଇଛି । ବିଭିନ୍ନ ବର୍ଗର ଲୋକେ ଆର୍ଥିକ ଅନଟନରେ ରହୁଛନ୍ତି । ଆଗଧାଡିର କରୋନା ଯୋଦ୍ଧା ଭାବେ ସାମ୍ବାଦିକ କାର୍ଯ୍ୟ କରୁଥିଲେ ମଧ୍ୟ ଏହି ସମୟରେ ସବୁଠୁ ବେଶି ଆର୍ଥିକ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏଭଳି ସମୟରେ ରାଜ୍ୟ ସରକାର ବା କୌଣସି ବେସରକାରୀ ସଙ୍ଗଠନ ଗଣମାଧ୍ୟମମାନଙ୍କ ପ୍ରତିନିଧିମାନଙ୍କ ପ୍ରତି ସମ୍ବେଦନଶୀଳ ଦେଖାଇ ନାହାନ୍ତି । ତଥାପି ସାମ୍ବାଦିକମାନେ ଦିନରାତି କରୋନା ମହାମାରୀକୁ ଭୃକ୍ଷେପ ନକରି ନିଜର କର୍ତ୍ତବ୍ୟ ସମ୍ପାଦନ କରିଆସୁଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସାମ୍ବାଦିକମାନଙ୍କ ଆର୍ଥିକ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଜାତୀୟ ପ୍ରେସ ଦିବସରେ ମତପ୍ରକାଶ ପାଇଛି ।
ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସଂଘର ସମ୍ମିଳନୀ କକ୍ଷ ଠାରେ ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସାଂପ୍ରତିକ କରୋନା ପରିସ୍ଥିତିରେ ସାମାଜିକତା ଦୂରତା ରକ୍ଷା କରି ଜାତୀୟ ପ୍ରେସ ଦିବସକୁ ନିଡାମ୍ବର ଭାବେ ପାଳନ କରାଯାଇଛି । ସଂଘର ସାଧାରଣ ସମ୍ପାଦକ ବଳରାମ ମିଶ୍ରଙ୍କ ସ୍ୱାଗତ ଭାଷଣ ଦେଇଥିଲେ । ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ଉପଦେଷ୍ଟା ସତ୍ୟ ନାରାୟଣ ବେହେରା, ଗୋପବନ୍ଧୁ ଶତପଥୀ, ନବୀନ କୁମାର ପଶାୟତ, ସମ୍ପାଦକ ରଂଜିତ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ବେହେରା , ଗୋପବନ୍ଧୁ ଶତପଥୀ,ସୁଧିର କୁମାର ମିଶ୍ର, ବିରେନ୍ଦ୍ର କୁମାର ଝାଙ୍କର, କୁନା ବାଗ, ବିଭୁ କଲ୍ୟାଣ ଗଡତ୍ୟା, ପ୍ରଶାନ୍ତ ମହାକୁର ପ୍ରମୁଖ ଜାତୀୟ ସାମ୍ବାଦିକତା ଦିବସ ଅବସରରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । କୋଭିଡ ମହାମାରୀ ସମୟରେ ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ, ସଂଘର ସମସ୍ତ ସଦସ୍ୟ, ସାମ୍ବାଦିକ ଓ ଖବର କାଗଜ ହକର ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ରାଜ୍ୟରେ ନୂଆ ଉଦାହରଣ ପ୍ରତିଷ୍ଠା କରିଥିବାରୁ ସମସ୍ତେ ସାଧୁବାଦ ଜଣାଇଥିଲେ ।
ସାମ୍ବାଦିକମାନେ ସମାଜକୁ ସୁଧାର ଆଣିବା ପାଇଁ ବିଭିନ୍ନ ଦିଗରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସାମ୍ବାଦିମାନଙ୍କ ପ୍ରତି ସରକାର ଉଚିତ୍ ଧ୍ୟାନ ଦେଉନଥିବାରୁ ବକ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟରେ କବି, ସାହିତ୍ୟିକ, ଚିତ୍ରକରମାନଙ୍କ ପାଇଁ ଏକାଡେମୀ ଗଠନ ହୋଇଥିବା ବେଳେ ସାମ୍ବାଦିକମାନଙ୍କ ପାଇଁ ପ୍ରେସ ଏକାଡେମୀ ଗଠନ କରିବାକୁ ବଲାଙ୍ଗିର ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ଦାବି ହୋଇଛି । ଏ ଦିଗରେ ସମସ୍ତ ସମ୍ବାଦପତ୍ରର ସମ୍ପାଦକ, ରାଜ୍ୟସ୍ତରୀୟ ସଂଘର କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କ ନିକଟରେ ପ୍ରେସ ଏକାଡେମୀ ଦାବି ଉପସ୍ଥାପନ ପାଇଁ ସଂଘ ଅନୁରୋଧ କରିଛି । କୋଭିଡ-୧୯ ସମୟରେ ପଶ୍ଚିମ ଓଡିଶାର ବରିଷ୍ଠ ବୟୋଜ୍ୟେଷ୍ଠ ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦ, ଅଭୟ କୁମାର ପାଢୀ, ତ୍ରିବିକ୍ରମ ତ୍ରିପାଠୀ ଓ ମହାମାରୀ କରୋନା ସମୟରେ କାର୍ଯ୍ୟରତ ସାମ୍ବାଦିକ ରାଜ୍ୟର ମୃତ୍ୟୁବରଣ କରିଥିବା ସାମ୍ବାଦିକ ବନ୍ଧୁମାନଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଂଘର କୋଷାଧ୍ୟକ୍ଷ ସୁନୀଲ ମହାନ୍ତି, ସଙ୍ଗଠନ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ସତ୍ୟ ସୁନ୍ଦର ଭଞ୍ଜ, ସଚ୍ଚିତ୍ତାନନ୍ଦ ବଗର୍ତ୍ତୀ, ମହେନ୍ଦ୍ର ପଧାନ, ସଂଜୟ ମିଶ୍ର, ଚିତ୍ତ ରଂଜନ ସାହୁ, ବିରେନ ନାଗ,ସମ୍ଭୁ ସାହୁ , ଅନ୍ତର୍ଯ୍ୟାମୀ ସାହୁ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ସଂଦୀପ କୁଅଁର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking