ଭୁବନେଶ୍ୱର: ୨୯ ତାରିଖରେ ହେବ ଜାତୀୟ ଓବିସି ଆପତ୍ତି ଅଭିଯାଗ ଶୁଣାଣି। କେଉଁ ଜାତିକୁ ପଛୁଆ ବର୍ଗରେ ସାମିଲ କରାଯିବ ସେନେଇ ସମୀକ୍ଷା ହେବ। ଓଡିଶାରେ ଶୁଣାଣି କରିବାକୁ ଆସୁଛନ୍ତି ଜାତୀୟ ଓବିସି କମିସନ। ଏନେଇ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ସୂଚନା ଦେଇଛନ୍ତି। ଓବିସି କମିସନ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି। ୨୯ ଓ ୩୦ ତାରିଖରେ ତାଙ୍କର ମତାମତ ସଂଗ୍ରହର ରହିଛି ଯୋଜନା। ୨୯ ତାରିଖରେ ରାଜ୍ୟ ଅତିଥି ଭବନରେ ଜନ ଶୁଣାଣି କରିବେ ଜାତୀୟ ଓବିସି କମିସନ। ଓବିସି ବର୍ଗର ଲୋକେ ଆସି ତାଙ୍କ ସମସ୍ୟା ବାବଦରେ ସେହି ଦିନ କମିସନଙ୍କୁ ତାଙ୍କର ଅଭିଯୋଗ ଜଣାଇ ପାରିବେ। ଏଥିପାଇଁ ରାଜ୍ୟ ରାଜଧାନୀ ସହ ଅନ୍ୟ ଜିଲ୍ଲାରେ ବି କ୍ୟାମ୍ପ ଲଗାଇବେ କମିସନ।










