ଜମ୍ମୁ-କଶ୍ମୀର ପତାକା ନଫେରିବା ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ିବ ନାହିଁ

ଶ୍ରୀନଗର : ଜମ୍ମୁ-କଶ୍ମୀରର ନିଜସ୍ୱ ପତାକା ନଫେରିବା ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇ ଦିଆଯିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ମେହେବୁବା ମୁଫ୍‌ତି କହିଛନ୍ତି । ବିହାର ନିର୍ବାଚନ ରାଲିରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସମ୍ପର୍କରେ ବୟାନ ଦେଇଥିଲେ । ମୋଦୀ ଦେଇଥିବା ବୟାନକୁ ମେହବୁବା ମୁଫ୍‌ତି ଟାର୍ଗେଟ କରିଛନ୍ତି । ସେ ଏହି ଭୋଟରଙ୍କୁ ଭୋଟ ମାଗିବାକୁ ବିଜେପି କୌଣସି ଭଲ ପ୍ରସଙ୍ଗ ପାଉନାହିଁ । ତେଣୁ ବିଜେପି ଜମ୍ମୁ- କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ମାଗଣା ଭାକସିନ୍ ଯୋଗାଇ ଦିଆଯିବ ବୋଲି କହି ଭୋଟ୍ ମାଗୁଛନ୍ତି । ସବୁ କ୍ଷେତ୍ରରେ ଅସଫଳ ହୋଇଥିବା ମୋଦୀ ସରକାର ଜମ୍ମୁ-କଶ୍ମୀରର ଠାରୁ ତା’ ଶକ୍ତିକୁ ଛଡ଼ାଇ ନେଇପାରିବ ନାହିଁ ବୋଲି ମେହବୁବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here