39.4 C
Bhubaneswar
Thursday, April 18, 2024
Homeଦେଶ ବିଦେଶପୃଥିବୀକୁ ବଞ୍ଚାଇବାକୁ ନାସାର ମହାଅଭିଯାନ, ମାଡ଼ି ଆସୁଥିବା ଗ୍ରହାଣୁର ବଦଳାଯିବ ଦିଗ

ପୃଥିବୀକୁ ବଞ୍ଚାଇବାକୁ ନାସାର ମହାଅଭିଯାନ, ମାଡ଼ି ଆସୁଥିବା ଗ୍ରହାଣୁର ବଦଳାଯିବ ଦିଗ

ନୂଆଦିଲ୍ଲୀ : ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁର ଦିଗ ବଦଳିଯିବ । ସ୍ପେସ୍‌ କ୍ରାଫ୍‌ଟ ବଦଳାଇ ଦେବ ଏହାର ଦିଗ । ମହାକାଶ ବିଜ୍ଞାନରେ ପ୍ରଥମ ଥର ପାଇଁ ଏଭଳି ଏକ ପରୀକ୍ଷା ହେଉଛି । ଆଜି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହି ପରୀକ୍ଷା କରିବ । ଭାରତୀୟ ସମୟ ରାତି ପାଖାପାଖି ୩ଟା ବେଳେ ଏହାର ପରୀକ୍ଷଣ କରିବ ନାସା । ଏହାର ନାଁ ରହିଛି DART ବା ଡବଲ ଆଷ୍ଟରଏଡ୍‌ ରିଡାଇରେକ୍ସନ୍‌ ଟେଷ୍ଟ । ମହାକାଶରେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁର ଦିଗକୁ କିଭଳି ବଦଳାଯାଇ ପାରିବ ସେନେଇ ନାସାର ଏହି ପରୀକ୍ଷା ।

ଏକ ସ୍ପେସକ୍ରାଫ୍‌ଟ ଗ୍ରହାଣୁର ଦିଗ ବଦଳାଇବ । ଗ୍ରହକୁ ସୁରକ୍ଷା ଦେବା ନେଇ ଏହା ବିଶ୍ୱର ପ୍ରଥମ ପରୀକ୍ଷା । ଏହି ପରୀକ୍ଷାର ଚିତ୍ରକୁ ଧରି ରଖିବା ପାଇଁ ପ୍ରସ୍ତୁତ ରହିଛି ସ୍ପେସ୍‌ କ୍ରାଫ୍‌ଟରେ ଲାଗିଥିବା ମିନି ଫଟୋଗ୍ରାଫର LICIA କ୍ୟୁବ୍‌ । ନାସାର ବୈଜ୍ଞାନିକ କହିଛନ୍ତି ମହାକାଶରେ ଏହା ଏକ ଜଟିଳ ଖେଳ । ଗ୍ରହାଣୁର ଦିଗ ବଦଳାଇବାକୁ ଅନ୍ତରୀକ୍ଷ ଯାନର ବହୁ ଶକ୍ତି ଆବଶ୍ୟକ । ଏହି ପରୀକ୍ଷା ପାଇଁ ଖର୍ଚ୍ଚ ହୋଇଛି ୩୩୦ ମିଲିଅନ୍‌ ଡଲାର । ମଣିଷର ଭାଗ୍ୟ ଡାଇନୋସରର ଭାଗ୍ୟ ନହେଉ, ଏହା ହେଉଛି ଏହି ପରୀକ୍ଷାର ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking