40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଇତିହାସ ରଚିଲା ନାସା, ମଙ୍ଗଳ ଗ୍ରହରେ ଉଡିଲା ହେଲିକପ୍ଟର

ଇତିହାସ ରଚିଲା ନାସା, ମଙ୍ଗଳ ଗ୍ରହରେ ଉଡିଲା ହେଲିକପ୍ଟର

ନୂଆଦିଲ୍ଲୀ : ମଙ୍ଗଳ ଗ୍ରହରେ ଉଡିଲା ହେଲିକପ୍ଟର । ଆମେରିକୀୟ ମହାକାଶ ସଂସ୍ଥା ନାସା ଲାଲା ଗ୍ରହ ମଙ୍ଗଳ ଆକାଶରେ ହେଲିକପ୍ଟର ଉଡାଣ କରି ଇତିହାସ ରଚିଛି । ପ୍ରଥମ ଉଡାଣରେ ଏହା ପ୍ରାୟ ୧୦ ଫୁଟ ଉପରକୁ ଯାଇଥିଲା । ନାସାର ପ୍ରାୟ ୬ ବର୍ଷର ଉଦ୍ୟମ ସଫଳ ହୋଇଛି । ଏହା ପରେ ସାରା ବିଶ୍ୱର ମହାକାଶ ବିଜ୍ଞାନୀଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । ପୃଥିବୀ ବାହାରେ ଉଡାଣ କରିବାରେ ଏହା ହେଉଛି ପ୍ରଥମ ହେଲିକପ୍ଟର ।

ମଙ୍ଗଳ ଆକାଶରେ ହେଲିକପ୍ଟର ଉଡାଣ ପାଇଁ ନାସାର ଯନ୍ତ୍ରୀମାନେ ୬ ବର୍ଷ ହେବ ଉଦ୍ୟମ କରୁଥିଲେ । ମହାକାଶ ଯାନରେ ବୈଜ୍ଞାନିକମାନେ ପରସେବେରେନ୍ସ ରୋଭରରେ ଏହି ହେଲିକପ୍ଟରକୁ ସଂଯୋଗ କରୁଥିଲେ । ଏହି ହେଲିକପ୍ଟର ନାଁ ରହିଛି ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର । ଏସମ୍ପର୍କିତ ଫଟୋ ସେୟାର କରିଛି ନାସା । ଯେଉଁଥିରେ ମଙ୍ଗଳ ପୃଷ୍ଠରେ ହେଲିକପ୍ଟର ଛାଇ ଦେଖିବାକୁ ମିଳିଛି ।

୧୮୦୦ ଗ୍ରାମର ଏହି ହେଲିକପ୍ଟରକୁ ନିୟନ୍ତ୍ରଣ କରୁଥିଲା ମଙ୍ଗଳରେ ଥିବା ପର୍ସିଭରାନ୍‌ସ ରୋଭର। ଏହି ହେଲିକପ୍ଟରଟି ମଙ୍ଗଳ ପବନରେ ୧ ମିନିଟରୁ କମ୍‌ ସମୟ ଉଡିଲା। କିନ୍ତୁ ଏହି ଅଳ୍ପ ସମୟ, ଭବିଷ୍ୟତ ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଆଗକୁ ଅଧିକ ସମୟ ଉଡାଣ ପାଇଁ ଲକ୍ଷ୍ୟ ରଖିଛି ନାସା। ମଙ୍ଗଳରେ ଉଡାଣ ସହଜ ନୁହଁ। କାରଣ ପୃଥିବୀର ବାୟୁ ମଣ୍ଡଳରୁ ମଙ୍ଗଳର ବାୟୁ ମଣ୍ଡ ବେଶ ପତଳା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking