35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶମଙ୍ଗଳ ଗ୍ରହରୁ ଆସିଲା ଏହି ଅଦ୍ଭୁତ ଫଟୋ; ପଢନ୍ତୁ ଭାଇରାଲ ହେଉଥିବା ଏହି ଫଟୋର ସତ୍ୟତା

ମଙ୍ଗଳ ଗ୍ରହରୁ ଆସିଲା ଏହି ଅଦ୍ଭୁତ ଫଟୋ; ପଢନ୍ତୁ ଭାଇରାଲ ହେଉଥିବା ଏହି ଫଟୋର ସତ୍ୟତା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହକୁ ପଠାଯାଇଥିବା ମାର୍ସ ରୋବର ପର୍ଜିଭରେନ୍ସ ସେଠାରେ ଏକ ଭିନ୍ନ ଫଟୋ ଉତ୍ତୋଳନ କରିଛି । ଏହି ଚିତ୍ରରେ ମଙ୍ଗଳ ଗ୍ରହରେ ଇନ୍ଦ୍ରଧନୁ ରହିଥିବା ଦେଖାଯାଉଛି, ଯାହା ବାସ୍ତବରେ ଅଦ୍ଭୁତ । ଏମିତି ପ୍ରଥମଥର ହୋଇଛି, ଯେତେବେଳେ କୌଣସି ରୋବର ପୃଥିବୀରୁ ଏତେ ଦୂରରେ କ୍ୟାମେରାରେ ଏହାକୁ କଏଦ କରିଛି । ଏହହି ତଥ୍ୟ ନାସା ଟ୍ୱିଟ ଜରିଆରେ ପ୍ରଦାନ କରିଛି । ଅନେକ ଏନେଇ ପଚାରୁଛନ୍ତି ଯେ, ଲାଲ ଗ୍ରହରେ କଣ ଇନ୍ଦ୍ରଧନୁ ଦେଖାଯାଉଛି । ଜବାବରେ ନାସା କହିଛି, ନାଁ । ମଙ୍ଗଳ ଗ୍ରହରେ ଇନ୍ଦ୍ରଧନୁ ହୋଇପାରିବ ନାହିଁ ।
ନାସା କହିଛି ଯେ, ଇନ୍ଦ୍ରଧନୁ କିରଣର ରିଫ୍ଲେକ୍ସନ ଓ ପାଣିର ଟୋପାଏ ଟୋପାଏ ବୁନ୍ଦାରେ ହୋଇଥାଏ । ହେଲେ ମଙ୍ଗଳଗ୍ରହରେ ନା ଏତେ ପାଣି ଅଛି ଏବଂ ସେଠାର ବାତାବରଣରେ ତରଳ ପାଣି ଯୋଗୁଁ ସେଠାରେ ବେଶି ଥଣ୍ଡା । ନାସା ଆହୁରି ମଧ୍ୟ କହିଛି ଯେ, ମଙ୍ଗଳ ଗ୍ରହ ଆକାଶରେ ଦେଖାଯାଉଥିବା ଏହି କିରଣ ବାସ୍ତବରେ ରୋବର କ୍ୟାମେରାରେ ଲାଗିଥିବା ଲେନ୍ସର କିରଣ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking