39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଟେଲିସ୍କୋପରେ ନାସା କଏଦ କଲା ଏହି ଅଦ୍ଭୁତ ଫଟୋ

ଟେଲିସ୍କୋପରେ ନାସା କଏଦ କଲା ଏହି ଅଦ୍ଭୁତ ଫଟୋ

ନୂଆଦିଲ୍ଲୀ: ନାସା ନିଜ ଅଫିସିଆଲ ଆକାଉଣ୍ଟ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛି । ଦେଖିବାକୁ ଗଲେ ସେହି ଭିଡିଓ ହେଉଛି ଟିକିଏ ଖାସ । ସେଥିରେ କ୍ୟାରିନା ନେବୁଲାର କିଛି ଝଲକ ଦେଖିବାକୁ ମିଳୁଛି । କହିରଖୁଛୁ, କାରିନା ନେବୁଲା ଆମ ଗାଲାକ୍ସିର ସେହି ବଡ କ୍ଷେତ୍ରରୁ ଗୋଟିଏ, ଯେଉଁଠି ତାରାମାନଙ୍କ ସୃଷ୍ଟି ହୁଏ । ନାସା ଏହାକୁ ହବଲ ଟେଲିସ୍କୋପରେ ସୁଟ କରିଛି । ନାସା ଟ୍ୱିଟ କରି ଲେଖିଛି ଯେ, ଏହି ହବଲ ଗାଲାକ୍ସି କାରିନା ନେବୁଲାର ଏକ ଛୋଟ ଭାଗ ଅନ୍ୱେଷିତ କରିଥାଏ । ଯାହା ସବୁଠୁ ବଡ ଷ୍ଟାର ଫାର୍ମିଂ କ୍ଷେତ୍ରରୁ ଗୋଟିଏ । ନେବୁଲା ଆମଠୁ ପ୍ରାୟ ୭୫୦୦ ପ୍ରକାଶ ବର୍ଷ ଦୂର ଏବଂ ମାତ୍ରାଧିକ ହାଇଡ୍ରୋଜେନ ଗ୍ୟାସରେ ସୃଷ୍ଟି ।
ଏହାପୂର୍ବରୁ ନାସା ଜୁନ ୧୬ରେ ହବଲ ଟେଲିସ୍କୋପ ରେ ନିଆଯାଇଥିବା ଏକ ଫଟୋ ଇନଷ୍ଟଗ୍ରାମରେ ପୋଷ୍ଟ କରିଥିଲା । ଏହି ଫଟୋକୁ ନାସା ନେଚର ଫଟୋଗ୍ରାଫି ଡେ ସହିତ ପୋଷ୍ଟ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking