27.1 C
Bhubaneswar
Tuesday, March 19, 2024
Homeଅପରାଧଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି ମ.ରାମପୁର ପୋଲିସ

ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି ମ.ରାମପୁର ପୋଲିସ

ନର୍ଲା : କଳାହାଣ୍ଡି ଜିଲ୍ଲା ମ.ରାମପୁର ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ କୁ ଗିରଫ କରିଥିବା ବେଳେ ତା ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ବୋମା, ଚାରୋଟି ଗୁଳି, ତିନୋଟି ଭୂଜାଲି ସହ ୪୮ଲିଟର ଦେଶୀ ମଦ ଓ ସେ ବ୍ୟବହାର କରୁଥିବା ବାଇକ୍ ଜବତ କରିଛି ଏମ୍ ରାମପୁର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ମ.ରାମପୁର ସ୍ଥିତ ପଣ୍ଡକାମାଲ ଗ୍ରାମର ହେମନ୍ତ ସାହୁ। ସେ ମୋହନଗିରି ଠାରୁ ମ.ରାମପୁର କୁ ଯାଉଥିବା ବେଳେ ଡମ୍ବ କର୍ଲାଖୁଣ୍ଟା ଠାରେ ପୋଲିସ ଚେକିଂ କରୁଥିବା ସମୟରେ ଅଭିଯୁକ୍ତ ଙ୍କ ଠାରୁ ଏଷବୁ ଜବତ କରା ଯାଇଥିଲା l ତେବେ ଜବତ କରିବା ସମୟରେ ଅପରାଧି ଜଣକ ପୋଲିସ ଉପରକୁ ବୋମା ମାଡ କରିବା ପାଇଁ ଚେଷ୍ଟା କରିଥିଲା l

ପୂର୍ବରୁ ଅଭିଯୁକ୍ତ ନାଁରେ ମ.ରାମପୁର ଥାନା ରେ ୨ ଟି କେସ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେ ଗୋଟିଏ କେସ୍ ଓ ଭବାନୀପାଟଣା, ବରଗଡ଼, ବଲାଙ୍ଗୀର,ଆଦି ଥାନା ରେ ବିଭିନ୍ନ ଅପରାଧ କୁ ନେଇ କେସ୍ ରହିଥିବା କଳାହାଣ୍ଡି ଆରକ୍ଷୀ ଅଧିକାରୀ ଶ୍ରବଣ ବିବେକ୍ ଏମ୍ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି l ତେବେ ପ୍ରକାଶ ଥାଉକି ଯେ ପୋଲିସ କେସ ନଂ-୧୩୫ ୟୁ/ଏସ୍-୩୦୭/୩୫୩ ଆଇ.ପି.ସି ଆର୍.ଡବ୍ଲୁ ସେକ୍ସନ୍ ୨୫/୨୭ ଆର୍ମ୍ ଏକ୍ଟ୍ ୪,୫ ଏବଂ ବିଷ୍ପୋରକ ସ୍ଥିତି ଧାରା (ଏ) ରେ ମାମଲା ରୁଜୁ କରି ଗିରଫ କରିବା ସହ ଦୁର୍ଦ୍ଦାନ୍ତ ଅପରାଧି ଙ୍କୁ କୋଭିଡ ପରିକ୍ଷା କରାଯାଇ ଆଜି ଦିନ ୨ ଟା ସମୟରେ ମ.ରାମପୁର କୋର୍ଟ୍ କୁ ଚାଲାଣ କରିଥିବା ଦେଖିବାକୁ ମିଳିଛି । ଏ ନେଇ ପୋଲିସ ଆହୁରି ତଦନ୍ତ ଜାରି ରଖିଥିବା ସୂଚନା ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking