ବିକ୍ରି ହେଉନି ତରଭୂଜ, ଚିନ୍ତାରେ ଚାଷୀ 

ନର୍ଲା  : ଏବେ ସାର ଦେଶରେ ଚହଳ ପକାଇଛି କରୋନା ମହାମାରୀ l ସବୁ ବର୍ଗର ଲୋକେ ଏହି ମହାମାରୀ ପ୍ରଭାବ ରେ ପ୍ରାଭାବିତ l ଏଇତ ଅଣ୍ଟା ସଳଖି ଠିଆ ହେବା ପାଇଁ ଚେଷ୍ଟା କରୁଥିଲେ ହେଲେ କରୋନା ମହାମାରୀ ର ଦ୍ବିତୀୟ ଲହରୀ ପୁଣି ପ୍ରହାର ପକାଇଛି l ଛଡାଇ ନେଇଛି ସମସ୍ତ ଙ୍କ ଆହାର l ଏଥିରୁ ବା କେମିତି ବାଦ ପଡିବେ ଚାଷୀ l ବିଶେଷ କରି ତରଭୁଜ ଚାଷୀଙ୍କ ଉପରେ ପଡିଛି କରୋନାର ପ୍ରଭାବ l ଲକ୍ ଡାଉନ୍ ପ୍ରଭାବ ରେ ଗାଡି ମଟର ଆସୁ ନଥିବାରୁ ବିକ୍ରି ନହୋଇ ବିଳରେ ପଡି ରହିଛି ତରଭୂଜ l ଅଭାବି ବିକ୍ରୀ ର ଶିକାର ହୋଇଥିବା ତରଭୂଜ ଚାଷୀ ଙ୍କ ମୁଣ୍ଡରେ ଏବେ ଚଡକ ପଡିଛି l ଲକ୍ ଡାଉନ୍ ଯୋଗୁଁ କିପରି ଏତେ ଗୁଡାଏ ତରଭୂଜ ବିକ୍ରି କରିବେ ସେନେଇ ଚିନ୍ତାରେ ତରଭୂଜ ଚାଷୀ l ଏ ଦୃଶ୍ଯକୁ କୁ ଦେଖନ୍ତୁ ଦର୍ଶକ ବନ୍ଧୁ କରୋନା ଯୋଗୁଁ ବିକ୍ରିବଟା ଅଭାବରୁ ବିଳରେ ପଡି ରହିଛି ଟନ୍ ଟନ୍ ତରଭୂଜ l ଆଉ ଏସବୁ ଏବେ ପଡି ରହିକି ସଢିବାରେ ଲାଗିଛି l

ଏ ହେଉଛି କଳାହାଣ୍ଡି ଜିଲ୍ଲା କଲମପୁର୍ ବ୍ଲକ୍ ମିନଗୁର୍ ପଞ୍ଚାୟତ ସ୍ଥିତ ମାଟିଖାଲ ଗାଁର ଦୃଶ୍ଯ l ଏହି ଗାଁର ୨୧ ଜଣ ଚାଷୀ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ତରଭୂଜ ଚାଷ କରିଥିଲେ l ହେଲେ ମହାମାରୀ କରୋନା ଯୋଗୁଁ ତଳିତ ବର୍ଷ ବିକ୍ରୀ ନହୋଇ ପଡି ରହିଛି ତରଭୂଜ l ଏକର୍ ଏକର୍ ଜମିରେ ତରଭୂଜ ଚାଷ କରିଥିବା ଚାଷୀ କିପରି ବିକ୍ରୀ କରିବ ସେ ନେଇ ଚିନ୍ତାରେ l ସାହୁକାର ଠାରୁ ରୁଣ ଆଣି ତରଭୂଜ ଚାଷୀ ବିକ୍ରୀ ହେଉ ନଥିବା ରୁ ଏବେ କଣ କରିବେ ଦିନରାତି ସେଇୟା ଭାବିବାରେ କଟି ଯାଉଛି l ତରଭୂଜ ର ଅଭାବି ବିକ୍ରୀ ଯୋଗୁଁ ଏବେ ସରକାରୁ ସହାୟତା ଦାବି କରୁଛନ୍ତି ଚାଷୀମାନେ l କେବଳ ବିଳରେ ନୁହେଁ ରାସ୍ତା କଡରେ ବି ଗଦା ହୋଇଛି କ୍ଯୁଣ୍ଟାଲ୍ କ୍ଯୁଣ୍ଟାଲ୍ ତରଭୁଜ ଲକଡାଉନ୍ ଯୋଗୁଁ ରାସ୍ତା ଘାଟ ସୁନ୍ ସାନ୍ ହୋଇ ପଡୁଥିବା ବେଳେ କେହି କେହି ଯିବା ଆସିବା କରୁ ନଥିବାରୁ ବିକ୍ରି ହୋଇ ପାରୁନି l କାଁ ଭାଁ କେହି ଆସିଲେ ମୁଲ ଚାଲକରେ ସାଗ ମାଛ ଦରରେ କିଣୁଛନ୍ତି l ସାମ୍ପ୍ରତିକ କୋଭିଡ୍ ପରିସ୍ଥିତି ରେ ରାଜ୍ଯ ସରକାର ଲକଡାଉନ୍ ଘୋଷଣା କରିଛନ୍ତି l ଯାହା ଫଳରେ ବାହାର ରାଜ୍ଯରୁ ଗାଡି ମଟର ଆସୁ ନଥିବାରୁ ବେପାରୀ ମଧ୍ଯ ଆସି ପାରୁ ନାହାନ୍ତି l

ଫଳରେ ବେପାର ନକରି ରାସ୍ତା କଡରେ ତରଭୂଜ କୁ ଯଗି ବସିଛି ଚାଷୀ l ଦିର୍ଘ ବର୍ଷ ଧରି ତରଭୂଜ ଚାଷ କରି ଆସୁଥିବା ଚାଷୀ ଏବେ ଅଭାବି ବିକ୍ରୀ ର ଶିକାର ଯୋଗୁଁ ହତାଷ ହୋଇ ପଡିଛି l କିପରି ପରିବାର ଭରଣ ପୋଷଣ କରିବେ ସେଇ ଚିନ୍ତା ଘାରିଛି l ଅନ୍ଯପଟେ କରୋନା ପାଇଁ ଜିବନ ଓ ଜିବିକା ପ୍ରଭାବିତ ହୋଇ ପଡିଥିବା ବେଳେ ସରକାର ଉଭୟକୁ ଗୁରୁତ୍ବ ଦେଇଛନ୍ତି l ତଥାପି କରୋନାର କଳା ନଜର ପଡିଛି ଚାଷୀଙ୍କ ଦାନା ପାଣୀ ରେ l ସତ କହିବାକୁ ଗଲେ ଲକଡାଉନ୍ ର ସମୟ ସୀମା ବଢେ ଚାଷୀର ଦୁଖଯେ ଦ୍ବି ଗୁଣିତ ହେବ ଏଥିରେ ସନ୍ଦେହ ନାହିଁ l

 

LEAVE A REPLY

Please enter your comment!
Please enter your name here