28.1 C
Bhubaneswar
Thursday, March 28, 2024
HomeUncategorizedଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର

ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଚିଠି ଲେଖିଲେ ବିଧାୟକ  ନରସିଂହ ମିଶ୍ର । କରୋନା ନେଇ ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ଅଗଷ୍ଟ ତୃତୀୟ ସପ୍ତାହରେ ଅଧିବେଶନ ଡାକିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଏବେ ରାଜ୍ୟରେ ଦିନକୁ ଦିନ କରୋନାର ଭୟାବହତା ବଢିଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ପାର୍ କରିଥିବା ବେଳେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ସରକାର ଫେଲ୍ ମାରିଛନ୍ତି ବୋଲି ସେ କହିଛନ୍ତି । କରୋନା ନେଇ ହେଉଥିବା ପରିଚାଳନା ସନ୍ତୋଷଜନକ ନଥିବା ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଅଧିବେଶନ ଡାକି, ମିଳିତ ରଣନୀତି ପ୍ରସ୍ତୁତି ପାଇଁ ସେ ନବୀନଙ୍କୁ ଆହ୍ୱାନ ଦେଇଛନ୍ତି । ସେ ଆହୁରି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ସ୍ଥିତି ଭଲ ରହିଛି ସତ । ହେଲେ ଆଉ ଏମିତି ବି କିଛି ରାଜ୍ୟ ଅଛି ଯିଏ ଓଡିଶା ଠାରୁ ବି ଆହୁରି ଭଲ ସ୍ଥିତିରେ ରହିଛି ବୋଲି ନରସିଂହ କହିଛନ୍ତି । ଗଂଜାମ ଭଳି ଜିଲ୍ଲାରେ ମେଡିସିନ ଦୋକାନ ବନ୍ଦ ରହୁଥିବାରୁ ରୋଗୀମାନେ ମେଡିସିନ ପାଇପାରୁନାହାନ୍ତି । ପିଏଚସି ଓ ସିଏଚସିରେ ଡାକ୍ତର ନାହାନ୍ତି । ଆଉ ଜିଲ୍ଲା ପ୍ରଶାସନ ବି ସେଭଳି ଡାକ୍ତର ଓ ମେଡିସିନ ଦୋକାନୀଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହାକୁ ବାଦ ହେଲେ ବେକାରୀ ସମସ୍ୟା ବି ଏବେ ଚିନ୍ତାର ବିଷୟ ପାଲଟିଲାଣି । ପ୍ରବାସୀ ଶ୍ରମିକମାନେ କରୋନା ଭଳି ସ୍ଥିତିରେ ବେଶିମାତ୍ରାରେ ପ୍ରଭାବିତ ହେଉଛନ୍ତି । କରୋନା ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ କୃଷକମାନେ ସେମାନଙ୍କର ଶସ୍ୟ ବିକ୍ରି କରିପାରୁନାହାନ୍ତି । ତେଣୁ ଏସବୁ ସମସ୍ୟାର ସମାଧାନ ନେଇ ଅଗଷ୍ଟ ତୃତୀୟ ସପ୍ତାହରେ ଅଧିବେଶନ ଡାକିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନରସିଂହ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking