40.1 C
Bhubaneswar
Thursday, April 25, 2024
Homeଓଡିଶାବିଧାୟକଙ୍କ ଚୁଡାପାଲି ଗସ୍ତ : ପ୍ରତ୍ୟେକ ପ୍ରବାସୀଙ୍କୁ ଯୋଗ୍ୟତା ଭିତ୍ତିରେ କାମ ଦିଆଯାଉ - ନରସିଂହ

ବିଧାୟକଙ୍କ ଚୁଡାପାଲି ଗସ୍ତ : ପ୍ରତ୍ୟେକ ପ୍ରବାସୀଙ୍କୁ ଯୋଗ୍ୟତା ଭିତ୍ତିରେ କାମ ଦିଆଯାଉ – ନରସିଂହ

ବଲାଙ୍ଗିର – ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଚୁଡାପାଲି ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ଅବସରରେ ପ୍ରବାସୀ ଶ୍ରମିକ ମାନଙ୍କୁ ୨୦୦୦ ଟଙ୍କା ଲେଖାଏଁ ସଙ୍ଗରୋଧ ପ୍ରୋତ୍ସାହନ ରାଶି ଓ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ ସମୟରେ ଉପସ୍ଥିତ ପ୍ରବାସୀ ଶ୍ରମିକ ମାନେ
ସରକାର ଘୋଷଣା କରିଥିବା ମୁତାବକ କାମ ପାଉ ନଥିବା ଅଭିଯୋଗ କରିଥିଲେ । ଏହାକୁ ଗୁରୁତ୍ୱ ସହିତ ନେଇ ବିଧାୟକ ଶ୍ରୀ ମିଶ୍ର , ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ଯୋଗ୍ୟତା ମୁତାବକ କାମ ଯୋଗାଇ ଦେବା ପାଇଁ ସ୍ଥାନୀୟ ବିଡ଼ିଓ ଙ୍କୁ ନିର୍ଦେଶ ଦେଇଥିଲେ । ଏହା ସହ କୌଣସି ପ୍ରବାସୀ ଶ୍ରମିକ ଯେମିତି କାମ ପାଉ ନଥିବା ଅଭିଯୋଗ ନକରେ ସେହି ପ୍ରତି ବିଶେଷ ଯତ୍ନବାନ ହେବା ସହ ପଂଚାୟତ ବାରି ଏହାର ସବିଶେଷ ବିବରଣୀ ପ୍ରଦାନ କରିବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ କହିଥିଲେ ।
ପ୍ରକାଶ ଯୋଗ୍ୟ ଯେ, ସକାଳୁ ବିଧାୟକ ଶ୍ରୀ ମିଶ୍ର , ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଚୁଡାପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ତୋରଣ ଉଦଘାଟନ କରିଥିଲେ । ପରେପରେ ନିର୍ମାଣାଧୀନ ଯୁକ୍ତ ଦୁଇ ମହାବିଦ୍ୟାଳୟ କୋଠାର ପରିଦର୍ଶନ କରିବା ସହ ବିଡ଼ିଓଙ୍କ ଉପସ୍ଥିତିରେ ଅଞ୍ଚଳର ବିଭିନ୍ନ ଗ୍ରାମପଞ୍ଚାୟତ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଥିଲେ । ଚୁଡାପାଲି ଡାକ୍ତରଖାନାର ସମୀକ୍ଷା କରିବା ସମୟରେ , ବିଗତ ୪ ମାସ ହେବ ଡାକ୍ତରଖାନାରେ କୌଣସି ଡାକ୍ତର ରହୁ ନଥିବା ସ୍ଥଳେ ପ୍ରତ୍ୟେକ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଉଥିବା, ଏପରିକି ଡାକ୍ତରଖାନା ର ବହିର୍ବୀଭାଗ ମଧ୍ୟ ଖୋଲା ଯାଉନଥିବା ତଥ୍ୟ ବିଧାୟକଙ୍କ ସାମ୍ନାକୁ ଆସିଥିଲା । ଏଥିରେ ବିଧାୟକ କ୍ଷୁବ୍ଧ ହୋଇ ଉପସ୍ଥିତ ମେଡିକାଲ ଅଧିକାରୀଙ୍କୁ ତାଗିଦ କରିବା ସହ ସ୍ଥିତିରେ ଯଥା ଶୀଘ୍ର ସୁଧାର ଆଣିବା ପାଇଁ କହିଥିଲେ । ତେବେ ଆଜିର ଏହି ଗସ୍ତ ସମୟରେ ଚୁଡାପାଲି ଟେକ୍ସି ଓ ଅଟୋ ଡ୍ରାଇଭର ସଙ୍ଘ କରୋନା ସମୟରେ ବିଧାୟକ ପାଣ୍ଠିରୁ ସାହାଯ୍ୟ ଯୋଗେଇଦେଇଥିବା ଯୋଗୁଁ ବିଧାୟକଙ୍କୁ କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧନା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking