37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗନରସିଂହଙ୍କ ହସ୍ତେକ୍ଷପ କ୍ରମେ ଦୁଇଗୁଣା ହେଲା କରୋନା ଆଇ.ସି.ୟୁ.ବେଡ଼ ସଂଖ୍ୟା

ନରସିଂହଙ୍କ ହସ୍ତେକ୍ଷପ କ୍ରମେ ଦୁଇଗୁଣା ହେଲା କରୋନା ଆଇ.ସି.ୟୁ.ବେଡ଼ ସଂଖ୍ୟା

ବଲାଙ୍ଗିର: କରୋନା ମହାମାରୀର କାୟା କମିବା ପରିବର୍ତ୍ତେ ଧିରେ ଧିରେ ହୁତ ହୁତ ହୋଇ ଆହୁରି ବଢି ·ଲିଛି । ବଲାଙ୍ଗିର ଜନସଂଖ୍ୟା ଅନୁସାରେ ସଂକ୍ରମିତଙ୍କ ହାର କ୍ରମାଗତ ଭାବରେ ବୃଦ୍ଧି ହୋଇଥିବାରୁ ଏହା ବିଶେଷ ଚିନ୍ତାଜନକ ବିଷୟ । ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜରେ କରୋନା ସଂକ୍ରମଣର ମୁକାବିଲା ପାଇଁ କେବଳ ୧୦ଟି ଆଇସିୟୁ ବେଡ୍ ଥିବାରୁ ସଂକଟପର୍ଣ୍ଣ ଅବସ୍ଥାରେ ଭର୍ତ୍ତ ହୋଇଥିବା କରୋନା ରୋଗୀଙ୍କୁ ଠିକ୍ ହିସାବରେ ଚିକିତ୍ସା ଉପଲବ୍ଧ ହୋଇପାରୁନଥବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏହି ସମସ୍ୟାର ମୁକାବିଲା କରିବା ଉଦ୍ଦେଶ୍ୟରେ, ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଜିଲ୍ଲାପାଳଙ୍କୁ ଆଉ ୧୦ଟି ଆସିୟୁ ବେଡ୍ ମଞ୍ଜୁରୀ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖିବାକୁ କହିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ସଂକଟାପନ୍ନ ଅବସ୍ଥାରେ ଥିବା କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଶ୍ରୀ ମିଶ୍ର ପୁଣିଥରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ଟେଲିଫୋନ ଯୋଗେ ସ୍ଥାନିୟ ସମସ୍ୟା ଉପରେ ଆଲୋଚନା କରିବା ସହ ଆଉ ୧୦ଟି ଆସିୟୁ ବେଡ୍ ବଢାଇବା ପାଇଁ କହିଥିଲେ । ଯାହାକି ଆଜି ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମଞ୍ଜୁର ହୋଇଯାଇଛି । ଭୀମଭୋଇ ମେଡିକାଲ କଲେଜରେ ପୂର୍ବରୁ ମାତ୍ର ୧୦ଟି ଆଇସିୟୁ ଥିବା ବେଳେ ବର୍ତ୍ତମାନ ଏହା ଦୁଇ ଗୁଣା ହୋଥିବାବେଳେ , ସମୁଦାୟ ଆଇସିୟୁ ବେଡ୍ ସଂଖ୍ୟା ୨୦ରେ ପହଞ୍ôଚଛି । ବର୍ତ୍ତମାନ ପରିସ୍ଥିତିରେ ସଂକଟାପନ୍ନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଏହା ନିଶ୍ଚିତ ପକ୍ଷେ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ମିଳି ପାରିବ ବୋଲି ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏହି କିଛି ଦିନ ହେଲା ବଲାଙ୍ଗିର ସହରର ପ୍ରତ୍ୟେକ ଦିନ କିଛି କରୋନା ରୋଗୀ ସଂକଟାପନ୍ନ ଅବସ୍ଥାକୁ ଯାଉଛନ୍ତି ଏବଂ ସେଥିରୁ କିଛି ମୃତ୍ୟୁମୁଖରେ ପଡୁଥିବାର ମଧ୍ୟ ଖବର ଆସୁଛି । ନୂତନ ଭାବେ ମଞ୍ଜୁରି ପାଇଁଥିବା ଅତିରିକ୍ତ ୧୦ଟି ବେଡ କରୋନା ରୋଗୀଙ୍କ ସେବାରେ ଠିକ୍ ରେ କାମରେ ଆସିବ ବୋଲି ଆଶା କରାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking