32.1 C
Bhubaneswar
Thursday, March 28, 2024
HomeUncategorizedବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ , କରୋନା ମୁକାବିଲା ଓ ବିକାଶମୁଳକ କାମ ସମାନ୍ତରାଳ ଭାବେ...

ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ , କରୋନା ମୁକାବିଲା ଓ ବିକାଶମୁଳକ କାମ ସମାନ୍ତରାଳ ଭାବେ ହେବା ଆବଶ୍ୟକ – ନରସିଂହ

ବଲାଙ୍ଗିର,- କରୋନା ମାହାମାରୀ ଓ ଲକଡାଉନ ସହରର ବିଭିନ୍ନ ବିକାଶମୁଳକ କାର୍ଯ୍ୟକୁ ସିଥିଳ କରିଛି । ଯାହା ଦ୍ୱାରା ଉଭୟ ସମୟ ଓ ଅର୍ଥ ଦୁରଉପେଯାଗ ହେବା ସହ ସରକାର ଓ ଜନ ସାଧାରଣଙ୍କ କ୍ଷତି ସହୁଛନ୍ତି । ଆହୁରି ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟ ନହେବା ଦ୍ୱାରା ଅନେକ ଶ୍ରମଯିବି ତାଙ୍କର ଆଜିବିକା ହରାଇଛନ୍ତି । ଏବେ ଲକଡାଉନ ପରେ ଏହି କାର୍ଯ୍ୟ ଗୁଡିକ ପୁନଃ ଆରମ୍ଭ ହେଲେ ଏହି ଶ୍ରମଯିବି ମାନେ ଉପକୃତ ହେବା ସହ ସରକାର ଓ ଜନ ସାଧାରଣଙ୍କ ଲକ୍ଷ ପୁର୍ତ୍ତି ହେବ । ଏଣୁ କରୋନା ଲକଡାଉନ ପରେ ବିଧାୟକ ନରସିଂହ ମିଶ୍ର ସହରର ବିଭିନ୍ନ ବିକାଶମୁଳକ କାର୍ଯ୍ୟର ପରିଦର୍ଶନ କରିବା ସହ, କରୋନା ମୁକାବିଲା ଓ ବିକାଶ ମୁଳକ କାର୍ଯ୍ୟ ସମାନ୍ତରାଳ ଭାବେ ହେବା ଆବଶ୍ୟକ ବୋଲି କହିଛନ୍ତି ।
ଆଜି ବିଧାୟକ ସହର ମଧ୍ୟରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ବାବଦରେ ଜାଣିବା ପାଇଁ ବିଭିନ୍ନ ପ୍ରକଳ୍ପ ସ୍ଥାନ ବୁଲି ଦେଖିଛନ୍ତି । ପ୍ରଥମେ ୧୮ ନଂ. ୱାର୍ଡର ମହାଲକ୍ଷ୍ମୀନଗରରେ ନିର୍ମାଣଧିନ କଲ୍ୟାଣ ମଣ୍ଡପର ସ୍ଥିତି ଦେଖିବା ପରେ ସେ ଏହାର ଧିମା ଅଗ୍ରଗତି ନେଇ ଘୋର ଅସନ୍ତୋଷବ୍ୟକ୍ତ କରିଥିଲେ । କରୋନା କଟକଣା ଆରମ୍ଭ ପୂର୍ବର ସ୍ଥିତି ଏବଂ ତିନିି ମାସ ପରର ସ୍ଥିତି ଦେଖିଲେ ପ୍ରାୟତଃ କଲ୍ୟାଣ ମଣ୍ଡପର ଅଗ୍ରଗତି କିଛି ହୋଇନାହିଁ କହିଲେ ଚଳେ ବୋଲି କହିଥିଲୋ ଯଦିଓ କରୋନା ସଂକ୍ରମଣ କଟକଣାର ପ୍ରଥମ ପର୍ଯ୍ୟାୟ କଟକଣା ପରେ ଶ୍ରମିକଙ୍କ ଆର୍ଥିକ ସ୍ଥିତିକୁ ନଜରରେ ରଖି ସମସ୍ତ ପ୍ରକାର ସରକାରୀ ପ୍ରକଳ୍ପ କାମ ଚାଲୁ ରଖିବା ପାଇଁ ଅନୁମତି ମିଳିଥିଲା । ତଥାପି ମଧ୍ୟ କରୋନା କଟକଣା ଏବଂ ସଂକ୍ରମଣ ବାହାନା ପ୍ରାୟତଃ ସମସ୍ତ ପ୍ରକଳ୍ପ ନିର୍ମାଣକୁ ଠବ୍ କରି ଦେଇଛି ବୋଲି ବିରକ୍ତି ପ୍ରକାଶ କରିବା ସହ ଉପସ୍ଥିତ ଉପ ଜିଲ୍ଲାପାଳ ସଂଜୟ କୁମାର ମିଶ୍ର, ତହସିଲଦାର ଶ୍ରୀ ଲୁହା ଏବଂ ପୂର୍ତ୍ତଯନ୍ତ୍ରୀ ଶ୍ରୀ ମହାନନ୍ଦଙ୍କୁ ଯେତେ ଶିଘ୍ର ହେବ କଲ୍ୟାଣ ମଣ୍ଡପର ଚାରିପଟ ବାଡ, ପାଣି ନିସ୍କାସନ ପାଇଁ ନାଳ ଏବଂ ଖାଲ ଖମା ତଥା ସମଗ୍ର କଲ୍ୟାଣ ମଣ୍ଡପ ଅଂଚଳରେ ମାଟି ପକାଇ ସମାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ପରେ ପରେ ବ୍ରାହ୍ମଣପଡାରେ ନିର୍ମାଣଧିନ ଡ୍ରେନକାମ ଏବଂ ପରେ ପରେ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ନିର୍ମଣଧିନ ଇନଡୋର ଏବଂ ଆଉଟଡୋର ନିର୍ମାଣ କାମ ବୁଲିଦେଖିଥିଲେ । ସେଠାରେ ମଧ୍ୟ ଯେତେ ଶିଘ୍ର ହେବ ଆଉଟଡୋର ପଡିଆରେ ମାଟି ପକାଇ ସମାନ କରିବା ସହ ସମଗ୍ର ପଡିଆର ଚାରିପଟରେ ନିର୍ମାଣଧିନ ସୁଉଚ୍ଚ ପାଚେରୀ ନିର୍ମାଣ କାମ ଧିମା ଚାଲିଥିବାରୁ ତା ଉପରେ ବିଶେଷ ଧ୍ୟାନ ଦେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ କହିଥିଲେ । ଶେଷରେ ଉପସ୍ଥିତ ଥିବା ଉପ-ଜିଲ୍ଲାପାଳ, ତହସିଲଦାର, ବିଭାଗୀୟ ଯନ୍ତ୍ରୀଙ୍କୁ ଲକ୍ଷ୍ମୀଯୋର ଅଂଚଳରୁ ବିସ୍ତାପିତଙ୍କ ପାଇଁ ବିନା ମୁଲ୍ୟରେ ଜମି ଓ ଘର ଯୋଗାଇବା କାମର ଅଗ୍ରଗତି ସନ୍ତୋଷଜନକ ନ ଥିବାରୁ ସେଦିଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେବା ସହ କରୋନା ସଂକ୍ରମଣ ଏବଂ କଟକଣା ଯେମିତି କୌଣସି ବିକାଶମୂଳକ କାମରେ ବାଧା ସୃଷ୍ଟି କରିବ ନାହିଁ ସେ ଉପରେ ଅଧିକାରୀମାନେ ଧ୍ୟାନ ଦିଅନ୍ତୁ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking