ହାଇକୋର୍ଟ ବେଞ୍ଚ ପାଇଁ ନୁଆ ଆଶା ଜାଗିଲା, ମୁଖ୍ୟ ବିଚାରପତି ଙ୍କୁ ଭେଟି ଦାବି ଜଣାଇଲେ ନରସିଂହ

ବଲାଙ୍ଗୀର,(ଦେବାଶିଷ ମିଶ୍ର)- କିଛି ସମୟ ପୁର୍ବରୁ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଜାଭେରିଙ୍କୁ ସାକ୍ଷାତ କରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦୃଢ ଦାବି ଜଣାଇଛନ୍ତି । ବଲାଙ୍ଗିରର ବହୁ ପ୍ରତିକ୍ଷିତ ଦାବିକୁ ଅନେକ ଦିନରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟେ ଉଭୟେଙ୍କୁ ଦୋଷ ଦେଇ କେବଳ ସମୟ ଗଡାଇ ଚାଲିଛନ୍ତି । ଏପଟେ ଓକିଲମାନେ ମଧ୍ୟ ବିଭିନ୍ନ ଜାଗାରେ ହାଇକୋର୍ଟ ବ୍ୟାଞ୍ଚ ଦାବିକୁ ନେଇ ଆନ୍ଦୋଳନ କରୁଥିବା ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଲୋକେ ନ୍ୟାୟ ପାଇବାରୁ ବଞ୍ôଚତ ହେଉଛନ୍ତି । ତେଣୁ ଏହା ବିରୁଦ୍ଧ ରେ ଅନେକ ଲୋକ ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ତ ମଧ୍ୟ ହୋଇଛନ୍ତି । ଅନ୍ୟପାଟେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ, କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଭଳି କୌଣସି ଓକିଲ ଆନ୍ଦୋଳନ କରିରିପାରିବେ ନାହିଁ । ତେଣୁ ଆଜି ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିର ସପକ୍ଷରେ ଥିବା ସମସ୍ତ ଯୁକ୍ତି ଓ ପ୍ରମାଣ ସହ ମୁଖ୍ୟ ବିଚାରପତି ଜଷ୍ଟିସ୍ ଜାଭେରିଙ୍କୁ ବଲାଙ୍ଗିର ଠାରେ ହାଇକୋର୍ଟ ବ୍ୟାଞ୍ଚ ହେଉ ବୋଲି ଦୃଢ ଦାବି ଜଣାଇଛନ୍ତି । ବଲାଙ୍ଗିରର ଭୈାଗଳିକ ସ୍ଥିତି ଲୋକଙ୍କ ଆର୍ଥିକ ମାନଦଣ୍ଡ ଏବଂ ଐତିହାସିକ ଭିତ୍ତିଭୂମି ସିଧା ସଳଖ ବଲାଙ୍ଗିର ସପକ୍ଷରେ ଯାଉଛି । ଆହୁରି ମଧ୍ୟ ହାଇକୋର୍ଟ ବ୍ୟାଞ୍ଚ ର ସ୍ଥାନ ନିରୁପଣକୁ ନେଇ ବସିଥିବା ବିଭିନ୍ନ କମିଶନ ବଲାଙ୍ଗିର ସପକ୍ଷରେ ମତ ଦେଇଥିବା ଜଣାଯାଏ । ତେଣୁ ମାନ୍ୟବର ବଲାଙ୍ଗିର ବିଧାୟକ ବଲାଙ୍ଗିରର ନ୍ୟାର୍ଯ୍ୟ ଦାବିକୁ ଆଉ ଅଣଦେଖା ନ କରି ମାନ୍ୟବର ହାଇକୋର୍ଟ ସ୍ପଷ୍ଟ ଭାବେ ବଲାଙ୍ଗିର ସପକ୍ଷରେ ମତ ଦିଅନ୍ତୁ ବୋଲି ଦାବି ଜଣାଇଥିଲେ ।
ଘଟଣାକ୍ରମରେ ଆଜି ବଲାଙ୍ଗିର ପାଇଁ ଆଉ ଏକ ବିଜୟ ଦିନ । ବହୁ ପ୍ରତିକ୍ଷିତ ବାଏପାସ ରୋଡର ଅର୍ଥ ମଞ୍ଜୁରି ଷ୍ଟେଡିଂ ଫାଇନାନ୍ସ କମିଟିରେ ଅର୍ଥ ପାସ ହୋଇଯାଇଛି । ଭାରତ ସରକାରଙ୍କ ରୋଡ ଟ୍ରାନ୍ସପୋର୍ଟ ଏବଂ ହଇୱେ ମନ୍ତ୍ରଣାଳୟ ଙ୍କ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜମି ଅଧିଗ୍ରହଣ ପାଇଁ ୧୯୦.୨୩ କୋଟି ଟଙ୍କାର ମଞ୍ଜୁରୀ ହୋଇଯାଇଛି । ଏଥି ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କେନ୍ଦ୍ର ସରକାର ଏବଂ ତାଙ୍କ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏହି କାମ ଶିଘ୍ର ସମାପ୍ତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।