34.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ମୁକାବିଲା ପାଇଁ ୨୫ଲକ୍ଷ ଟଙ୍କା ଦେଲେ ନରସିଂହ

କରୋନା ମୁକାବିଲା ପାଇଁ ୨୫ଲକ୍ଷ ଟଙ୍କା ଦେଲେ ନରସିଂହ

 
ବଲାଙ୍ଗିର, – ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କରୋନା ସଂକ୍ରମଣ ବିରୁଦ୍ଧରେ ଲଢେଇ ତଥା ଆବଶ୍ୟକିୟ ଉପକରଣ ଓ ବ୍ୟବସ୍ଥା ର ନିତାନ୍ତ ଆବଶ୍ୟକତାକୁ ଦେଖିି ବିଧାୟକ ପାଣ୍ଠିରୁ ୨୫ଲକ୍ଷ ଟଙ୍କାର ଅନୁଦାନ ରାଶି ଆଜି ଜିଲ୍ଲା ପ୍ରସାଶନକୁ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ୨୫ଲକ୍ଷ ଟଙ୍କାର ଅନୁଦାନ ରାଶି କରୋନା ସଂକ୍ରମଣ ବିରୁଦ୍ଧରେ ଲଢେଇ ପାଇଁ ଦରକାର ହେଉଥିବା ସମଗ୍ରୀ ତଥା ତତ୍ ସମ୍ବନ୍ଧିୟ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ଏବଂ ଏହି ଅନୁଦାନ ରାଶି ଖର୍ଚ୍ଚ ହୋଇସାରିଲା ପରେ ଦରକାର ପଡିଲେ ଆହୁରି ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ।

ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ବଲାଙ୍ଗିରବାସୀଙ୍କୁ ପୁଣି ନିବେଦନ କରିଛନ୍ତି ଯେ କେବଳ ସାମାଜିକ ଦୂରତ୍ୱ ହିଁ ଆମକୁ କରୋନା ସଂକ୍ରମଣରୁ ବଂଚାଇ ପାରିବ । ତେଣୁ ସରକାର ଜାରି କରିଥିବା ଲକ୍ ଡାଉନକୁ ସମସ୍ତେ ସମ୍ପୁର୍ଣ୍ଣ ରୂପେ ପାଳନ କରନ୍ତୁ ଏବଂ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ ପ୍ରଶାସନର ନିର୍ଦ୍ଦେଶକୁ ସମ୍ପୁର୍ଣ୍ଣ ରୂପେ ପାଳନ କରନ୍ତୁ । ଯେହେତୁ ଖାଦ୍ୟ ପଦାର୍ଥ ତଥା ଅତ୍ୟବଶ୍ୟକ ସମଗ୍ରୀ ବ୍ୟବସାୟୀଙ୍କ ପାଇଁ କଟକଣାରେ କୋହଳ କରାଯାଇଛି ତେଣୁ ଲୋକେ ଅଯଥାରେ ଖାଦ୍ୟ ସମଗ୍ରୀ ଅଧିକ କିଣି ଘରେ ମହଜୁଦ କରନ୍ତୁ ନାହିଁ । ଏପରି ହେଲେ ସମଗ୍ରିକ କଳାବଜାର ହେବାର ସମ୍ଭାବନା ଅଧିକ । ତତ୍ ସଙ୍ଗେ ସଙ୍ଗେ ବ୍ୟବସାୟୀ ବନ୍ଧୁମାନଙ୍କୁ ଅନୁରୋଧ ଗ୍ରାହକମାନେ ଯେପରି ସାମାଜିକ ଦୂରତା ପାଳନ କରି ସାମଗ୍ରୀ କିଣି ପାରିବେ ତାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking