29.1 C
Bhubaneswar
Wednesday, April 24, 2024
Homeଓଡିଶାଛାତ୍ର ଛାତ୍ରୀ ପାଳିଲେ ନରସିଂହଙ୍କ ଜନ୍ମ ଦିନ, ସମାଜର ପ୍ରତ୍ୟେକ ବର୍ଗରୁ ଜନ୍ମଦିନ ଶୁଭେଚ୍ଛା

ଛାତ୍ର ଛାତ୍ରୀ ପାଳିଲେ ନରସିଂହଙ୍କ ଜନ୍ମ ଦିନ, ସମାଜର ପ୍ରତ୍ୟେକ ବର୍ଗରୁ ଜନ୍ମଦିନ ଶୁଭେଚ୍ଛା

ବଲାଙ୍ଗୀର଼,(ଦେବାଶିଷ ମିଶ୍ର): ପୂର୍ବତନ ଆଇନମନ୍ତ୍ରୀ ଜାତୀୟ ଆଇନ କମିଶନ ସଦସ୍ୟ, ପୂର୍ବତନ ବିରୋଧିଦଳ ନେତା ତଥା ବର୍ତ୍ତମାନର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ୮୦ ବର୍ଷ ପୂର୍ବେ ଠିକ୍ ଏହି ଦିନ ବଲାଙ୍ଗିର ଉପକଣ୍ଠସ୍ଥ ଛତାମଖନା ଗ୍ରାମରେ ଶ୍ରୀ ମିଶ୍ର ଜନ୍ମ ସ୍ୱର୍ଗତ ପିତା ଯୁଧିଷ୍ଟିର ମିଶ୍ର ଏବଂ ମାତା ନିିଳାବତି ଙ୍କ ଔରଷରୁ ହୋଇଥିଲେ । ୧୯୪୦ ମସିହା ଡିସେମ୍ବର ୨୩ ତାରିଖରେ ଜନ୍ମ ହୋଇଥିବା ନରସିଂହ ଆଜି ତାଙ୍କୁ ୮୦ ବର୍ଷ ହୋଇଛି । ବାମପନ୍ଥୀ ଚିନ୍ତାଧାରାରେ ଛାତ୍ର ଓ ଯୁବକ ଜିବନ ବିତେଇଥିବା ଶ୍ରୀ ମିଶ୍ର ପରବର୍ତ୍ତି ସମୟରେ ଜିଲ୍ଲା ତଥା ରାଜ୍ୟରେ ଏକ ସୁନାମଧନ୍ୟ ଓକିଲ ହିସାବରେ ଉଭା ହୋଇଥିଲେ । ଅତି କମ ବୟସରୁ ନିଜ ପିତାଙ୍କୁ ହରାଇଥିବା ନରସିଂହ ନିଜର ପାଠପଢା, ଓକିଲାତି ତଥା ପରିବାରର ବୋଝ ତାଙ୍କୁ ଆରମ୍ଭରୁ ହିଁ ଶୃଙ୍ଖଳିତ, ଦୃଢମନା, ଦାୟିତ୍ୱବୋଧତା ଏବଂ କର୍ତ୍ତବ୍ୟନିଷ୍ଠ କରିଥିଲା । ପରବର୍ତ୍ତି ସମୟରେ ସେ ରାଜ୍ୟର ରାଜନୀତିରେ ବିଧାୟକ, ଆଇନମନ୍ତ୍ରୀ, ଜାତୀୟ ଆଇନ କମିଶନ ସଦସ୍ୟ ଏବଂ ରାଜ୍ୟ ବିଧାନସଭାର ବିରୋଧି ଦଳ ନେତା ଆସନ ଅଳଙ୍କୃତ କରିଥିଲେ । ଜନ୍ମ ଦିନକୁ ଅଲଗା ଢଙ୍ଗରେ ଦେଖୁଥିବା ଶ୍ରୀ ମିଶ୍ରଙ୍କ ଜନ୍ମଦିନ ଆଜି ବିଭିନ୍ନ ସ୍କୁଲରେ ଛାତ୍ର ଛାତ୍ରୀମାନେ ଆନନ୍ଦରେ ପାଳନ କରିଥିଲେ । ସକାଳେ ଘ.୮.୩୦ମି.ରେ ସ୍ଥାନୀୟ ଏକାଡେମିକ୍ ହାଇଟ ପବ୍ଲିକ ସ୍କୁଲର ଶହସ୍ରାଧିକ ଛାତ୍ର ଛାତ୍ରୀ ବିଧାୟକ ଶ୍ରୀ ମିଶ୍ରଙ୍କୁ ସ୍କୁଲକୁ ଆମନ୍ତ୍ରଣ କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ଛୋଟ ଛୋଟ ପିଲାମାନେ କେକ୍ କାଟି ଶ୍ରୀ ମିଶ୍ରଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦିର୍ଘ ଜିବନ କାମନା କରିଥିଲେ । ସ୍କୁଲରେ ଆଜି ସ୍ପୋର୍ଷ୍ଟସ ଡେ ଆୟୋଜନ ଥିବାରୁ ସମସ୍ତ ଶିକ୍ଷକ କର୍ମଚାରୀ ପରିଚାଳନା କମିଟି ଏବଂ ଅଭିଭାବକମାନେ ମଧ୍ୟ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜନ୍ମ ଦିନ ବିପୁଳ ଶୁଭେଚ୍ଛା ଦେବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶୁଭେଚ୍ଛାର ପ୍ରତିଉତ୍ତରରେ ଶ୍ରୀ ମିଶ୍ର ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ, କର୍ମଚାରୀ ଅଭିଭାବକମାନଙ୍କୁ ଧନ୍ୟବାଦ ଦେବା ସହ ଜାତୀୟ ପତାକା ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ପିଲାମାନେ ସବୁବେଳେ ସ୍ମରଣ କରି ନିଜର ପାଠ ପଢା ଆରମ୍ଭ କରିବେ ବୋଲି ଉପଦେଶ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ଶିକ୍ଷାନୁଷ୍ଠାନର ଛାତ୍ର, ଶିକ୍ଷକ, ଅଭିଭାବକ ସମସ୍ତେ ସ୍କୁଲରେ ଏକ ଶିକ୍ଷଣିୟ ପରିବେଶ ସୃଷ୍ଟି କରିବାକୁ ସମ୍ବେଦନଶୀଳ ହେବା ଦରକାର । ବର୍ତ୍ତମାନ ଶିକ୍ଷାୟତନ ମାନଙ୍କରେ ସରକାରମାନଙ୍କ ଦ୍ୱାରା ଚାଲିଥିବା ଦମନଲିଳା ଏବଂ ତାର କାରଣ ଭଲ ଭାବେ ଜାଣିବା ଦରକାର । ଆଜିକାଲି ଜାଣିଶୁଣି ସରକାରମାନେ ଛାତ୍ର ଛାତ୍ରୀମାନଙ୍କ ଭିତରେ ଜାତିୟତାବୋଧକୁ ନେଇ ଦ୍ୱନ୍ଦ ସୃଷ୍ଟି କରୁଛନ୍ତି । ତାହା ଆଗାମୀ ଦିନରେ ଛାତ୍ର ଛାତ୍ରୀମାନଙ୍କ ଭିତରେ ଏକ ରୁଗ୍ମ ମାନସିକତା ଭରିଦେଇପାରେ । ତେଣୁ ଏ ସବୁଠୁ ଛାତ୍ର ଛାତ୍ରୀମାନେ ଯେତେ ଦୂରରେ ରହିଲେ ଭଲ । ଏ ଅବସରରେ ସ୍କୁଲର ଚମ୍ପିୟାନ ଖେଳାଳି ଏବଂ ମିଷ୍ଟର ବଚ୍‌ପନ ପୁରସ୍କାର ଦୁଇଜଣ ଛାତ୍ରଙ୍କୁ ଶ୍ରୀ ମିଶ୍ର ପ୍ରଦାନ କରିଥିଲେ । ପରେ ପଥରଚେପା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ପହଞ୍ôଚ ସେଠାରେ ମଧ୍ୟ ସେଠାକାର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ।

ସେଠାରେ ଉପସ୍ଥିତଥିବା ଛାତ୍ର ଛାତ୍ରୀ ଅଭିଭାବକ ଶିକ୍ଷକମାନେ ବିଧାୟକଙ୍କ ଜନ୍ମ ଦିନକୁ କେକ କାଟି ପାଳନ କରିଥିଲେ । ବିଧାୟ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଛାତ୍ର ଛାତ୍ରୀମାନଙ୍କୁ ନିଜର ଜନ୍ମ ଦିନର କେକ ନିଜ ହାତରେ ଖୁଆଇଥିଲେ । ସେଠାରେ ମଧ୍ୟ ପ୍ରତିଉତ୍ତରରେ ଶ୍ରୀ ମିଶ୍ର ସ୍କୁଲର ଶିକ୍ଷକ, କର୍ମଚାରୀ ଓ ଛାତ୍ରୀମାନଙ୍କ ଶୃଙ୍ଖଳା ଜ୍ଞାନ ଓ ଉତ୍ତମ ପାଠପଢାକୁ ନେଇ ଢେର ପ୍ରଶଂସା କରିବା ସହ ତାଙ୍କ ଜନ୍ମ ଦିନ ପାଳନ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ବାର୍ଷିକ ଉତ୍ସବ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବଣ୍ଟନ କରିବା ସହ ଛାତ୍ର ଛାତ୍ରୀମାନଙ୍କ ସହ ଲାଇନ ରେ ଛିଡା ହୋଇ ମଧ୍ୟାହ୍ନ ଭୋଜନ କରିଥିଲେ । ଠିକ୍ ସେହିପରି ବିଧାୟକଙ୍କ ଆବସିକ ବାସଭବନରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ ସାଂସ୍କୃତିକ ସଂଗଠନ, ରାଜନୈତିକ କର୍ମୀ, ବିଧାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ସନ୍ଧ୍ୟାରେ ନଗର କଂଗ୍ରେସ କମିଟି ତରଫରୁ ସଭାପତି ବୁଲୁ ଦାନିଙ୍କ ସହ ୧୦୦ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଜନ୍ମଦିନ କେକ କାଟି ବିଧାୟକଙ୍କ ଜନ୍ମ ଦିନ ପାଳନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking