34.1 C
Bhubaneswar
Friday, March 29, 2024
Homeଓଡିଶାସ୍କୁଲ ଗୃହ ଉଦ୍‌ଘାଟନ କଲେ ନରସିଂହ

ସ୍କୁଲ ଗୃହ ଉଦ୍‌ଘାଟନ କଲେ ନରସିଂହ

ନିମ୍ନମାନର କାମ ଯୋଗୁଁ କ୍ଷୋଭ ପ୍ରକାଶ କଲେ ବିଧାୟକ
ବଲାଙ୍ଗିର: ଦେଓଗାଁ ବ୍ଲକ ସ୍ଥିତ ରାମଚନ୍ଦ୍ରପୁର ଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ସ୍କୁଲ ଗୃହ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କର କମଳରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅପଗ୍ରେଡେଡ ହୋଇଥିବା ଉଚ୍ଚ ବିଦ୍ୟାଳୟ ନିର୍ମାଣ ପାଇଁ ବିଭାଗ ତରଫରୁ ୫କୋଟି ୨୫ଲକ୍ଷ ୯୨ହଜାର ୯୮୩ ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ଯାହାକି ଆଜି ଉଦ୍‌ଘାଟନ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ଗୁଡିକ ନିର୍ମାଣ କାର୍ଯ୍ୟ ରାଜ୍ୟ ସ୍ତରରେ ଗୋଟିଏ ସଂସ୍ଥା କାର୍ଯ୍ୟ କରୁଥିବାରୁ ପ୍ରାୟତଃ ସ୍ଥାନରେ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ଦେଖାଯାଉଛି । ଏପରିକି ନିର୍ମାଣ କାର୍ଯ୍ୟରେ ଅନେକ ଅନିୟମିତତା, ନିମ୍ନ ମାନର କାର୍ଯ୍ୟ ବିଧାୟକ ଶ୍ରୀ ମିଶ୍ର ଦୃଷ୍ଟି ଗୋଚର ହୋଇଥିଲା ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ନିର୍ମାଣ ସଂସ୍ଥାର କାର୍ଯ୍ୟକୁ ନିର୍ମାଣ ସମୟରେ କେହି ତଦାରଖ କରୁନାହାନ୍ତି । ଫଳରେ ରାଜ୍ୟବାସୀଙ୍କ ଟିକସ ଅର୍ଥରୁ ଲୋକଙ୍କ ସୁବିଧା ପାଇଁ ତିଆରି ହେଉଥିବା ଏପରି ବଡ ବଡ ପ୍ରକଳ୍ପ ଅନେକ ଅର୍ଥ ହରିଲୁଟ ହେଉଛି ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ରାମଚନ୍ଦ୍ରପୁର ଏହି ହାଇସ୍କୁଲ ଅପ୍ ଗ୍ରେଡେସନ ପାଇଁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ୨୦୧୫ ମସିହା ପରେ ପରେ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଦାବି ରଖିଥିଲେ । ସମାନ ସମୟରେ ଚୁଡାପାଲିରେ ଥିବା ଆଦିବାସୀ ଜାତି ଓ ଜନଜାତି ବିଦ୍ୟାଳୟ ଏବଂ ରାମଚନ୍ଦ୍ରପୁର ବିଦ୍ୟାଳୟ ଅପଗ୍ରେଡେସନ ହୋଇଥିଲେ ହେଁ ବିଭାଗୀୟ ଅବହେଳା ଯୋଗୁଁ ଏହି ସ୍କୁଲର ନାମଲେଖାରେ ବିଳମ୍ବ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷର୍ଥିଙ୍କ ପାଇଁ ୬୪ଟି ସିଟ ଥିବା ବେଳେ ସାଧାରଣ ବର୍ଗ ପାଇଁ ୪ଟି ସିଟରେ ନାମଲେଖା ହେବ ।

ନିର୍ମାଣ କାର୍ଯ୍ୟରେ ଅନେକ ତୃଟି ଥିବା ତଥା ନିମ୍ନମାନ ହୋଇଥିବାରୁ ଅତିରିକ୍ତ ଜିଲ୍ଲା ମଙ୍ଗଲ ଅଧିକାରୀ ଏହା ଉପରେ ଏକ ଚିଠି ଲେଖିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।  ଆଜିର ଏହି ଉଦ୍‌ଘାଟନି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ କୁମାର ଶତପଥି, ବ୍ଲକ ଶିକ୍ଷାଧିକାରୀ ସଂକିର୍ତ୍ତନ ବାଗ, ସ୍କୁଲ ପ୍ରଧାନ ଶିକ୍ଷକ ପର୍ଶୁରାମ ଧରୁଆ, ବ୍ଲକ ମଙ୍ଗଳ ଅଧିକାରୀ ଜ୍ଞାନ ରଂଜନ ବଡଜେନା, ସମିତି ସଭ୍ୟ ବୁନି ବାଗ, ଶିକ୍ଷକ ନିରଞ୍ଜନ ମାଝି, ସରପଂଚ ଗୌର ଚନ୍ଦନ, ସ୍କୁଲ ପରିଚାଳନା କମିଟି ସଭାପତି ଜିବର୍ଦ୍ଧନ ବାଗ, ବିଧାୟକଙ୍କ ବିଭାଗୀୟ ପ୍ରତିନିଧି ଯୋଗେଶ୍ୱର ସାହୁ, ରାମଜୀ ଚୈାଧୁରୀ, ଅସୀତ ମିଶ୍ର, କାନ୍ତେଶ୍ୱର ପଧାନ, ପପୁ ପାତ୍ର, ବୃଷବ ସାହୁଙ୍କ ସମେତ ସ୍କୁଲ କର୍ମଚାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking