31.1 C
Bhubaneswar
Friday, March 29, 2024
Homeଓଡିଶାଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର : ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି। ଆଜି ଭୋର ପ୍ରାୟ ୩ଟାରେ କରୋନାରେ ଆଖି ବୁଜିଛନ୍ତି ଏହି ଫୁଟବଲ କିମ୍ବଦନ୍ତୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ୧୯୫୬ ମାର୍ଚ୍ଚ ୧୬ରେ ଜନ୍ମିତ ନନ୍ଦକିଶୋର ଦୁଇ ଦୁଇଥର ଜୁନିଅର୍ ଫୁଟବଲ ଚାମ୍ପିଅନସିପରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ ।  ୧୯୯୨-୯୩ରେ ଫୁଟବଲ କୋଚିଂ ଆରମ୍ଭ କରିବା ସହ ୧୯୯୫ରେ ମହିଳା ଫୁଟବଲ ଦଳର କୋଚ୍ ଭାବେ ନିଯୁକ୍ତ ହେଲେ ।

ଅନେକଥର ସେ ଓଡ଼ିଶା ମହିଳା ଫୁଟବଲ ଦଳର କୋଚ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କରି ପ୍ରଶିକ୍ଷଣରେ ଅନ୍ତର୍ଜାତୀୟ ତାରକା ଫୁଟବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ପ୍ରଶାନ୍ତି ପ୍ରଧାନ, ସୁଦୀପ୍ତା ଦାଶ, ସରିତା ଜୟନ୍ତୀ ବେହେରା, ମାମାଲି ଦାସ ଏବଂ ପ୍ରଥମା ପ୍ରିୟଦର୍ଶିନୀ ପ୍ରମୁଖ ବିଶ୍ୱସ୍ତରରେ ଓଡିଶା ପାଇଁ ବେଶ ସୁନାମ ଆଣିଛନ୍ତି । ଓଡ଼ିଶା ଫୁଟବଲ ଜଗତକୁ ତାଙ୍କ ଅବଦାନ ପାଇଁ ବିଜୁ ପଟ୍ଟନାୟକ ଖେଳରତ୍ନ ପୁରସ୍କାରରରେ ସମ୍ମାନିତ କରିଥିଲେ ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking