40.1 C
Bhubaneswar
Thursday, April 25, 2024
Homeଓଡିଶାନାଗାର୍ଜୁନ ବେଶ ଦର୍ଶନ ବନ୍ଦ

ନାଗାର୍ଜୁନ ବେଶ ଦର୍ଶନ ବନ୍ଦ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ମାସ ନୀତିକାନ୍ତି ଚୂଡାନ୍ତ ହୋଇଛି। ନାଗାର୍ଜୁନ ବେଶର ମଧ୍ୟ ଚୂଡାନ୍ତ ହୋଇଛି ନୀତିକାନ୍ତି । କେବଳ ବେଶ ନୀତି ଅନୁଷ୍ଠିତ ହେବ । ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ହୋଇଛି । ତେବେ ନଭେମ୍ବର ୨୭ ରେ ହେବ ନାଗାର୍ଜୁନ ବେଶ। ଭୋର ୪ଟାରୁ ସକାଳ ୬ଟା ଯାଏ ବେଶ ହେବାକୁ ଥିବା ବେଳେ ଅପରାହ୍ନ ୩ଟା ବେଳେ ନାଗାର୍ଜୁନ ବେଶର ଓଲାଣି ହେବ। ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଇଲମ ଆଦି ସରିବା ପରେ ଭୋର ୪ଟାରେ ନାଗାର୍ଜୁନ ବେଶ ଆରମ୍ଭ ହେବ। ଏହି ବେଶରେ ଠାକୁରମାନଙ୍କୁ ସଜେଇବାକୁ ପ୍ରାୟ ୩ ଘଣ୍ଟା ଲାଗିବ। ଅର୍ଥାତ ସକାଳ ୭ଟାରେ ବେଶ ଶେଷ ହେବ। ଅପରାହ୍ନ ସାଢ଼େ ଗୋଟାଏରେ ଭୋଗମଣ୍ଡପ ଉଠିବା ପରେ ୨ଟାରେ ନାଗାର୍ଜୁନ ବେଶ ମଇଲମ କରାଯାଇ ଅପରାହ୍ନ ୩ଟାରେ ବେଶ ଶେଷ ହେବ। ତେବେ କୋଭିଡ କଟକଣା ପାଇଁ ଏହି ଦୁର୍ଲଭ ବେଶ ଦର୍ଶନ ବନ୍ଦ ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking