28.1 C
Bhubaneswar
Friday, March 29, 2024
Homeଓଡିଶାନନ୍ଦନକାନନରେ  ଗୌରବ ଆଣିଛି ଧଳାବାଘୁଣୀ ବିଜୟା

ନନ୍ଦନକାନନରେ  ଗୌରବ ଆଣିଛି ଧଳାବାଘୁଣୀ ବିଜୟା

ନରାଜ : ଦୋଳ ପୂର୍ଣ୍ଣିମା ପ୍ରାଣୀ ଉଦ୍ୟାନ ଥିଲା ଖୁସିରଦିନ । ୨୦ ନମ୍ବର ଫିଡିଙ୍ଗ ସ୍ୱତନ୍ତ୍ର ଖୁଆଡରେ ଧଳା ରଙ୍ଗର ବାଘୁଣୀ ବିଜୟା ତୃତୀୟ ଗର୍ଭରୁ ୧୦ଟା୫୮ ରୁ ୧ଟା ୩୫ମିନିଟ ମଧ୍ୟରେ ୩ଟି ଛୁଆ ଜନ୍ମ ଦେଇଥିଲା ।ବାଘୁଣୀ ବିଜୟା ଖୁଆଡରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି କତୃପକ୍ଷ ସୂଚନା ଦେବା ସହ ଫଟୋ ଭିଡିଓ ଜାରି କରିଥିଲେ । ୨୦୧୧ ଜୁଲାଇ ୧୩ ତାରିଖରେ ସାଧାରଣ  ଧଳା ବାଘୁଣୀ କୁସୁମ ଓ ବାଘ ନିଷାନ ଓøରସରୁ ଧଳା ବାଘୁଣୀ ବିଜୟା ଓ ରାଗିଣୀ ଜନ୍ମ ନେଇଥିଲେ । ବାଘ ବଂଶ ବୃଦ୍ଧି କରିବା ଲକ୍ଷ୍ୟରେ କତୃପକ୍ଷ ୨୦୧୬ ଅଗଷ୍ଟ ୯ ତାରଖରେ ରୋଷନ ସହିତ ବିଜୟାକୁ ମିଶିବାକୁ ଦେବା ପରେ ତା ଔରସରୁ ଅଣ୍ଡିରା ଧଳା ବାଘ ସାହିଲ ଓ ମାଈ ସାଧାରଣ ବାଘୁଣୀ ଆଦ୍ୟାଶା ଜନ୍ମ ହୋଇଥିଲା ଏହା ଥିଲା ବିଜୟାର ପ୍ରଥମ ଗର୍ଭ ।

୨୦୧୮ ମସିହା ସେପ୍ଟେମ୍ବର ୨୩ ତାରିଖରେ ରୋଷନ ସହିତ ବିଜୟାର ମିଳନ ହେବାପରେ ରୋଷନ ଔରସରୁ  ଧଳା ରଙ୍ଗର ବାଘ ରାଜେଶ ଓ ନାଲି ରଙ୍ଗର ବାଘୁଣୀ ରୂପାକୁ  ଜନ୍ମ ଦେଇଥିଲା । ଏହା ଥିଲା ତାର ଦ୍ୱିତୀୟ ଗର୍ଭ । ତୃତୀୟ ଥର ପାଇଁ ସାଧାରଣ ନାଲି ରଙ୍ଗର ମହାବଳ ବାଘ ସେପ ସହିତ ବିଜୟାକୁ ମିଶିବାକୁ ଦେବା ପରେ ୨୦୨୧ ମାର୍ଚ୍ଚ ୨୮ତାରିଖ ରବିବାର ସକାଳ ୧୦ଟା୫୮ ମିନିଟରେ ପ୍ରଥମ ଶାବକ ଜନ୍ମ ଦେଇଥିଲା । ପରେ ଦିନ ୧ଟାବେଳେ ସେ ଦ୍ୱତୀୟ ଶାବକ ପ୍ରସବ କରିଥିଲା । ୧ଟା ୩୫ ମିନିଟରେ ସେ ତୃତୀୟ ଶାବକ ଜନ୍ମ କରିଥିଲା । ମା’ବାଘୁଣୀ ଓ ୩ଟିଯାକ ଶାବକ ସୁସ୍ଥ ଥିବା ଜଣାପଡିଛି ।

ବିଜୟା ଠିକଭାବେ ଶାବକଙ୍କର ଯତ୍ନ ନେଉଛି ପେଟ ତଳେ ରଖି କ୍ଷୀର ପାନ କରାଉଥିବା ଜଣା ପଡିଛି ।ରୋଷନ ଔରସରୁ ଦୁଇ ଥର ଓ ମହାବଳ ବାଘ ସେପ ସହିତ ଥରେ ମିଶିବାକୁ ଦେବାପରେ ଏଥରକୁ ମିଶାଇ ବିଜୟା ୩ଥର ଗର୍ଭ ଧାରଣ କରି ମୋଟ ୭ଟି ଶାବକ ଜନ୍ମ ଦେଇଛି । ଶାବକ ୩ଟି ଜନ୍ମ ହେବା ଫଳରେ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୪ଟି କଳାଲୋମଯୁକ୍ତ ,୭ଟି ଧଳା,୧୩ଟି ସାଧାରଣ ଓ ୩ଟିର ରଙ୍ଗ କି ଲିଙ୍ଗ ନିରୁପଣ  ହୋଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking