34.1 C
Bhubaneswar
Thursday, April 25, 2024
Homeଜୀବନଶୈଳୀନବରାତ୍ରରେ କରନ୍ତୁ ଏମିତି, ହେବ ଚମତ୍କାର

ନବରାତ୍ରରେ କରନ୍ତୁ ଏମିତି, ହେବ ଚମତ୍କାର

ଭୁବନେଶ୍ୱର : ଧରାପୃଷ୍ଟକୁ ଅବତରଣ କରିସାରିଛନ୍ତି ଜଗତଜନନୀ ମାଆ ଦୁର୍ଗା। ମାଆଙ୍କର କୃପାଲାଭ କରିବା ପାଇଁ ବହୁ ଲୋକେ ଉପବାସ କରି ନବରାତ୍ର ବ୍ରତ ପାଳନ କରିଥାନ୍ତି। ଏହାର ଧାର୍ମିକ ମହତ୍ତ୍ୱ ରହିଛି। ପୂଜାପର୍ବ ସମୟରେ ଖାଦ୍ୟପେୟ ଓ ବିଭିନ୍ନ ଜିନିଷ କିଣିବା ଏହାର ଏକ ମୁଖ୍ୟ ଆକର୍ଷଣ। ସେପରି ଦେଖିବାକୁ ଗଲେ ନବରାତ୍ରର ୯ଦିନ ଯାଏଁ ଲୋକେ କିଛି ନା କିଛି ଜିନିଷ ନିଶ୍ଚୟ କିଣିଥାଆନ୍ତି । ମାତ୍ର ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ରହିଛି ଯାହାକୁ କିଣିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି । ଆସନ୍ତୁ ଜାଣିବା..

– ନିଜ ଘର କରିବାକୁ ଇଚ୍ଛା କରିଥିଲେ ମାଟିରେ ନିର୍ମିତ ଏକ ଛୋଟ ଘର ଆଣି ପୂଜାସ୍ଥଳରେ ରଖନ୍ତୁ।

– ଆରୋଗ୍ୟରୁ ମୁକ୍ତି ପାଇଁ ନବରାତ୍ରର ପ୍ରଥମରୁ ଅନ୍ତିମ ଦିନ ଯାଏଁ ଗାଈ ଘିଅ କିଣନ୍ତୁ।

– ବିଦେଶ ଯାତ୍ରା ପାଇଁ ଇଚ୍ଛା ଥିଲେ ନବରାତ୍ର ମଧ୍ୟରେ ଏକ ଧ୍ୱଜା କିଣି ଏହାକୁ ପୂଜା କରି ନବମୀ ଦିନ ମନ୍ଦିରରେ ଅର୍ପଣ କରନ୍ତୁ।

– ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ଚାନ୍ଦିର ଯେକୌଣସି ଜିନିଷ କିଣି ଦେବୀ ମା’ଙ୍କୁ ଅର୍ପଣ କରନ୍ତୁ।

– କର୍ମକ୍ଷେତ୍ରରେ ଉନ୍ନତି ଚାହୁଁଥିଲେ ୩ଟି ନଡିଆ ଆଣି ପ୍ରଥମେ ଘରେ ରଖନ୍ତୁ। ନବମୀ ଦିନ ମନ୍ଦିରରେ ଦିଅନ୍ତୁ।

– ବିଭିନ୍ନ ଶୁଭଫଳ ପାଇଁ ଘରକୁ ଧୂପ, ଦୀପ, ଅଗରବତୀ , ଚମକୁଥିବା ଧଳା ଜିନିଷ କିଣି ଆଣନ୍ତୁ।

– ଏହି ନଅ ଦିନ ମଧ୍ୟରେ ଯେକୌଣସି ଗୋଟିଏ ଦିନ କିନ୍ନରଙ୍କ ଠାରୁ ପଇସା ନେଇ ଏହାକୁ ନିଜ ପାଖରେ ରଖନ୍ତୁ।

– ସୌଭାଗ୍ୟ ବୃଦ୍ଧି ପାଇଁ ସମସ୍ତ ଶୃଙ୍ଗାର ଜିନିଷ ଚୁଡ଼ି, କଳା, କୁଙ୍କୁମ, ମଙ୍ଗଳସୂତ୍ର, ଗୋଡ଼ ମୁଦି, ଓଢଣୀ, କିଣନ୍ତୁ ଓ ମା’ଙ୍କୁ ଅର୍ପଣ କରନ୍ତୁ।

– ନବରାତ୍ରର ଶେଷ ଦିନ ଲାଲ ରେଶମୀ ସୂତା କିଣି ଏଥିରେ ୯ଟି ଗଣ୍ଠି ପକାଇ ଦେବୀଙ୍କୁ ସମର୍ପଣ କରି ନିଜ ପାଖରେ ରଖନ୍ତୁ। ସର୍ବଦା ସଫଳତା ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking