37.2 C
Bhubaneswar
Friday, April 19, 2024
Homeଓଡିଶାଛତିଶଗଡ଼ ସୀମା ସିଲ କରି ଯାଞ୍ଚ କଡାକଡି କଲେ ପୋଲିସ

ଛତିଶଗଡ଼ ସୀମା ସିଲ କରି ଯାଞ୍ଚ କଡାକଡି କଲେ ପୋଲିସ

ନବରଙ୍ଗପୁର : ଛତିଶଗଡ଼ରେ କୋରୋନା ସଂକ୍ରମିତ ପୋଜିଟିଭ ଙ୍କ ସଂଖ୍ୟା ସାତ ହେବା ପରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ବର୍ତ୍ତି ଗ୍ରାମରେ ଜନସାଧାରଣ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଅନ୍ୟପଟେ ଛତିଶଗଡ଼ ରାଜ୍ୟକୁ ନବରଙ୍ଗପୁର ଜିଲ୍ଲା କୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକ କୁ ଜିଲ୍ଲା ପ୍ରଶାସନ ଓ ଉମରକୋଟ ପୋଲିସ୍ ତରଫରୁ, ସୀମାରେ ଯାଞ୍ଚ କଡାକଡି କରାଯାଇଛି।
ଜିଲ୍ଲାର ଏକ ତୃତୀୟାଂଶ ସୀମା ଛତିଶଗଡ କୁ ଲାଗି ରହିଛି ନବରଙ୍ଗପୁର ଜିଲ୍ଲା କୁ ପ୍ରବେଶ କରିବାକୁ କୋସାଗୁମୁଡ଼ା, ସୀଙ୍ଗସାରି, ଦଣ୍ଡେଶରା, ଗୁଋଷିଂହା,କୁନ୍ଦେଇ, ହାତିଗାଁ, ମାଲଗାଁ ପରି ଅନେକ ବାର ରୁ ଅଧିକା ରାସ୍ତା ଅଛି । ଆଉ ଏପଟେ ଛତିଶଗଡ଼ ରେ କରନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ଛତିଶଗଡ଼ ରେ କୋରନା ପୋଜିଟିଭ 7 ଜଣ ହୋଇଥିବା ବେଳେ ଏବେ ଛତିଶଗଡ ସୀମାନ୍ତ ରେ ଥିବା ଓଡ଼ିଶା ର ଗାଁ ଗୁଡିକରେ କରନା ଯୋଗୁଁ ଭୟ ର ବାତାବରଣ ଖେଳି ଯାଇଥିଲା ମୁଖ୍ୟତଃ ଜିଲ୍ଲାକୁ 39 ନମ୍ୱର୍ ରାଜ୍ୟ ରାଜପଥ ଦେଇ , ନବରଙ୍ଗପୁର ଜିଲ୍ଲା ର ଖାଉଟି ସାମଗ୍ରୀ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ସହ ଲୋକ ପୋଡ଼ଶୀ ଛତିଶଗଡ ରୁ ଏହି ରାସ୍ତାରେ ଯାତାୟାତ କରନ୍ତି ତେଣୁ ସୀମାନ୍ତ ବର୍ତ୍ତି ଗ୍ରାମ ଗୁଡ଼ିକର ଲୋକ ଭୟଭୀତ ହୋଇ ଯାଇଥିଲେ। ଏହା ପରେ ଉମରକୋଟ ପୋଲିସ୍ ତପ୍ତରତା ଦେଖାଇ ସୀମାରେ ଚବିଶି ଘଣ୍ଟିଆ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା କରିଛନ୍ତି, କେବଳ ମାଲବାହୀ ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ କୌଣସି ଗାଡ଼ି କୁ ଓଡ଼ିଶା ଭିତରେ ପ୍ରବେଶ କରିବାକୁ ଦିଆ ଯାଉ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking