43.9 C
Bhubaneswar
Friday, April 19, 2024
Homeଓଡିଶାଫେଲ ମାରିଛି ସରକାରୀ ଯୋଜନା : ପୁଣି ଖଟିଆରେ ବୁହାହେଲେ ପ୍ରସୂତି , ଡାକ୍ତରଖାନାରେ ଶିଶୁ...

ଫେଲ ମାରିଛି ସରକାରୀ ଯୋଜନା : ପୁଣି ଖଟିଆରେ ବୁହାହେଲେ ପ୍ରସୂତି , ଡାକ୍ତରଖାନାରେ ଶିଶୁ ଜନ୍ମ

ଚନ୍ଦାହାଣ୍ଡି : ପୁଣି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ସାମନାକୁ ଆସିଛି । ପ୍ରକାଶ ଥାଉକି, ଗତ ପନ୍ଦରଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଂଚାୟତ ଗୌରଝରିଆ ଗାଁର ଜଣେ ପ୍ରସୂତିଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ସହାୟତାରେ ଖଟିଆରେ ବୋହି ନଦୀପାର କରିବା ପରେ ରାସ୍ତା ମଝିରେ ପ୍ରସବ କରିବା ଘଟଣା ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଆଜି ପୁଣି ପାଟଖଲିଆ ଗ୍ରାମପଞ୍ଚାୟତ ଭେଲୁଆକୋଟ ଗାଁରୁ ପୁଣି ଆସିଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ରାଜ୍ୟ ସରକାରଙ୍କ ଫାଇପ -ଟି ସରକାରରେ ଜନନୀ ଯନ୍ତ୍ରଣା, ମାଁ କୁ ସମ୍ମାନ ଗାଁ କୁ କାମରେ ଫେଲ୍ ମାରିଛି ସରକାରଙ୍କ ସମସ୍ତ ପ୍ରକାରର ଯୋଜନା । ନା ଗାଁକୁ ରହିଛି ଭଲ ରାସ୍ତା ଖଣ୍ଡେ, ନା ପହଞ୍ଚି ପାରୁଛି ସରକାରଙ୍କ ଶହେ ଦୁଇ ଓ ଶହେ ଆଠ ସେବା । ଶହେ ଦୁଇ ବଦଳରେ ଖଟିଆରେ ବୁହା ହେଉଛି ଗର୍ଭବତୀ । ନା ମିଳି ପାରୁଛି ଗାଁକୁ ଭଲ ରାସ୍ତା ଖଣ୍ଡେ ଯାହା ଫଳରେ କି ଏବେ ଭୋଗିବାକୁ ମିଳୁଛି ଜନନୀମାନଙ୍କୁ ଯମ ଯନ୍ତ୍ରଣା । ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମପଞ୍ଚାୟତ ଭେଲୁଆକୋଟ ଗାଁରେ । ଗାଁ କୁ ଯିବାକୁ ହେଲେ ପାରି କରିବାକୁ ପଡ଼ିଥାଏ ଜଙ୍ଗଲ ସହ ନଇନାଳ । ହେଲେ ଆଜି ଗାଁର ନର ସାନ୍ତାଙ୍କ ସ୍ତ୍ରୀ ବୋଦେଇ ସାନ୍ତାଙ୍କୁ ହୋଇଥିଲା ପ୍ରସବ ବେଦନା । ତେବେ ଉକ୍ତ ଗାଁ କୁ ଭଲ ରାସ୍ତା ଖଣ୍ଡେ ନ ଥିବା ଯୋଗୁଁ ଆମ୍ବୁଲାନ୍ସ ଆସିବା କଷ୍ଟକର ହୋଇଥିବାରୁ ଗ୍ରାମବାସୀଙ୍କ ସହଯୋଗରେ ପ୍ରସୂତି ମହିଳାଙ୍କୁ ଏକ ଖଟିଆରେ ବୋହି ଦିର୍ଘ ତିନି କିଲୋମିଟର ନେଇ ଗୋଟିଏ ଅଟୋ ରିକ୍ସା ଯୋଗାଡ଼ କରି ପହଞ୍ଚାଇଥିଲେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବିପଦ ସଂକୁଳ ଅବସ୍ଥାରେ ପହଞ୍ଚାଇ ଥିବା ଦେଖିବାକୁ ମିଳିଛି । ତେବେ ସରକାର୍ କେବଳ ବିଭିନ୍ନ ଯୋଜନାର ନାରା ଦେଇ କାର୍ଯ୍ୟକାରୀ ନ କରୁଥିବାରୁ ନିରୀହ ଜନସାଧାରଣ ଅସୁବିଧା ଭୋଗୁ ଥିବାବେଳେ ଭେଲୁଆକୋଟ ଭଳି ଅପହଞ୍ଚ ଇଲାକା ଆଜି ପର୍ଯ୍ଯନ୍ତ ଅବହେଳିତ ହୋଇ ରହିଛି । ସରକାର ନାମକୁ ମାତ୍ର ଏହି ଗାଁରେ ସ୍କୁଲ ଟିଏ ଖୋଲିଦେଇ ଚୁପ ପଡି ଥିବା ବେଳେ ଗମନାଗମନଠୁ ଆରମ୍ଭ କରି ଅନେକ ସମସ୍ୟା ରହିଥିବା ବେଳେ କେବେ ପରିବର୍ତ୍ତନ ହେବ ଭେଲୁଆକୋଟର ଭାଗ୍ଯ, ପୁଣି କେବେ ଚେତିବ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking