ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମପଞ୍ଚାୟତର ସାଲେଭଟା ଗାଁ ରେ ଏକ ପୁରୁଣା କୂଅକୁ ତିନି ଫୁଟ ଇଟା ଯୋଡ଼ି ବିଲ କରି ଟଙ୍କା ଆତ୍ମସାତ୍ କରିବା ଓ ବେଲମାଝୀ ଗୁଡା , ଏବଂ ବାବୁରିଆ ଦଶହରା ଗୁଡି ରାସ୍ତା ର ନିମ୍ନମାନର କାମ ଓ ପାଞ୍ଚ ପାଞ୍ଚ ଲକ୍ଷ ଟଙ୍କା ଆତ୍ମସାତ ଘଟଣାରେ OMBUDSMAN, MGNREGA ଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ତରଫରୁ କେଶ୍ ନମ୍ବର ଚଉଦ ବାଇ ଦୁଇ ହଜାର ଏକୋଇଶି ପ୍ରକାରେ ଗତ ଅଠେଇଶ ଏପ୍ରିଲ ଦୁଇ ହଜାର ଏକୋଇଶି ତାରିଖ ଦିନ ଚନ୍ଦାହାଣ୍ଡି ବିଡିଓ ଙ୍କୁ ଅଭିଯୋଗର ତଦନ୍ତ ଓ ରିପୋର୍ଟ ସାତ ଦିନ ମଧ୍ୟରେ ଦାଖଲ ଲାଗି ଏକ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ l ତେବେ ବର୍ତ୍ତମାନ ସୁଦ୍ଧା ବେହେରାମୁଣ୍ଡାର ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ କୂଅ ବିଲ ଜାଲିଆତି ରେ ସମ୍ପୃକ୍ତ GRS ଶୈଳବାଳା ବିଶୋୟୀ ଓ ଯନ୍ତ୍ରୀ ବିନୋଦ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନହେବା ପୂର୍ବରୁ ଜାଲିଆତି ର ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇ ଯାଇଛି ଶିକ୍ଷକ ବା ଠିକାଦାର ତରୁଣ ଦଣ୍ଡସେନା ଙ୍କ ନାମରେ l
ବେହେରାମୁଣ୍ଡା ଗ୍ରାମପଞ୍ଚାୟତର ସାଧାରଣ ଜନତାଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ଜାଲ କୂଅ ର ନିର୍ମାଣ କାର୍ଯ୍ୟ ର ପର୍ଦ୍ଦାଫାସ ହୋଇ ସାରିଛି l ଗଭୀର କୂପ ଖନନ ର ହିତାଧିକାରୀ ପୀତବାସ ମାଝୀ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଉକ୍ତ ଘଟଣାର ସତ୍ଯତା ସମ୍ପର୍କରେ ଖୋଲାଖୋଲି ଭାବେ ପୁରୁଣା କୂଅ କୁ ତିନି ଚାରି ଫୁଟ୍ ଯୋଡ଼ି ବିଲ କରାଯାଇଥିଲା ବୋଲି କହିସାରି ଥିବାବେଳେ GRS ଓ JE ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଶିଥିଳତା ଦେଖାଯାଉଥିବା ବେଳେ ତେଣେ ବେଲମାଝୀ ଗୁଡ଼ା ରାସ୍ତା କାମରେ ଅଭିଯୋଗ ଆସିବା ପରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ତଦନ୍ତ ପାଇଁ ଆଦେଶ ଆସିବା ପରେ ରାତାରାତି ଜେସିପି ମେସିନ୍ ଲଗାଇ ରାସ୍ତା ଉପରେ ମୋରମ୍ ପକାଇ ଦିନବେଳା କିଛି ଲୋକଙ୍କୁ ଲଗାଇ ମାଟି ପକା ଯାଉଥିବା ଦେଖିବାକୁ ମିଳିଥିଲା l ତେବେ ଉକ୍ତ କୂଅ ନିର୍ମାଣ ରେ ଜାଲିଆତି କରି ବିଲ କରିଥିବା GRS ଶୈଳବାଳା ବିଶୋୟୀ ନୂଆ କୂଅ ଖୋଲା ଯାଇଛି ବୋଲି ସତ୍ୟକୁ ଲୁଚାଉ ଥିବା ବେଳେ ସେହି ପୁରୁଣା କୂଅ କୁ ଇଟା ତିନି ଫୁଟ୍ ଯୋଡି ମରାମତି କାମ କରିଥିବା ମିସ୍ତ୍ରୀ ମହେଶ୍ଵର ଗୌଡ ନିଜର ପ୍ରତିକ୍ରିୟା ରଖିଛନ୍ତି l
ତେବେ ଝଲିଆପରା ନିବାସୀ ମାନେ ଯେଉଁ ମାନଙ୍କର ନାମ ରେ ମାଟି କାମ ର ବିଲ ହୋଇଛି ,ସେମାନେ ସାଲେଭଟା ଗାଁ ରେ କୌଣସି କୂଅ ଖୋଲି ନାହାନ୍ତି କିମ୍ବା ଜାଣି ନାହାନ୍ତି ବୋଲି କହିବା ସହ କେବଳ ଆଧାର ରୁ ତରୁଣ ଦଣ୍ଡସେନା କୁ ଟଙ୍କା ଉଠାଣ କରି ଟଙ୍କା ଦେଇ ଦେଇଥିବା ନେଇ ନିଜ ନିଜର ପ୍ରତିକ୍ରିୟା ଦେଇ ଥିବା ବେଳେ ବିଲ ପୈଠ ହେଇଥିବା ଶ୍ରମିକ ମାନଙ୍କ ମଧ୍ୟରେ ଅନେକ ବୟସ୍କ ବୃଦ୍ଧା ଏବଂ ଛୋଟ ଛୋଟ ପାଠ ପଢୁଥିବା ନାବାଳିକା ନାବାଳକ ରହିଥିବା ଦେଖିବାକୁ ମିଳିଛି l ତେବେ ଜାଲ କୂଅ ଖନନକୁ ସହଯୋଗ କରିଥିବା ଅଧିକାରୀ ଓ ଠିକାଦାର ଶିକ୍ଷକ ତରୁଣ ଦଣ୍ଡସେନା ଙ୍କ କାରନାମାର ପର୍ଦ୍ଦାଫାସ କରି ପ୍ରସାଶନ ସେମାନଙ୍କ ବିରୁଦ୍ଧରେ କିଭଳି ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା l