34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ

କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ

ନବରଙ୍ଗପୁର: କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଗ୍ରାମରେ। ଖାତିଗୁଡା ଗ୍ରାମର ରବିନାରାୟଣ ଆଚାର୍ଯ୍ୟ(୨୪) ଗତ କାଲି ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ଓ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ରବିନାରାୟଣଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ରବିଙ୍କ ମୃତ୍ୟୁ ପରେ ତାଙ୍କ ବଡ ଭାଇ ମହାପ୍ରାୟାଣ ଗାଡିରେ ଖାତିଗୁଡା ସ୍ଥିତ ବାସଭବନକୁ ଆଣିଥିଲେ। ପୋଡଶୀ କିମ୍ବା ସ୍ଥାନୀୟ ବାସିନ୍ଦା କରୋନା ସନ୍ଦେହ କରି ଶବକୁ ଛୁଇଁନଥିଲେ କିମ୍ବା ଖାତିଗୁଡା ନିକଟସ୍ଥ ଇନ୍ଦ୍ରାବତୀ ନଦୀ କୂଳରେ ଅନ୍ତିମ ସଂସ୍କାର କରିବା ପାଇଁ ଦେଇନଥିଲେ।

ତେନ୍ତୁଳିଖୁଣ୍ଟି କୁର୍ମାକୋଟର ସ୍ବେଛାସେବୀ ମାନେ ସହାୟତା କରି ଗତକାଲି ଅପରାହ୍ନ ୩ ଘଟିକାରେ ପୁନର୍ବାର ଶବକୁ ନବରଙ୍ଗପୁର ସ୍ଥାନାନ୍ତର କରାଯାଇ ଶବ ସତ୍କାର କରାଯାଇଥିଲା । ତେବେ ପ୍ରକାଶ ଥାଉକି ଗତ ୨୭ ତାରିଖ ଦିନ ରବି ନାରାୟଣଙ୍କ ବାପା ତଥା ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଯାଇଥିଲା। ବିରଞ୍ଚିଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ବୃଦ୍ଧ ବାପା ପୁତ୍ର ଶୋକରେ ଭାଙ୍ଗିପଡି ଗତ ମଇ ୨ ତାରିଖରେ ମୃତ୍ୟୁ ବରଣ କରିଥିଲେ। ତେବେ ୮ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking